ଗତ ୨୪ଘଣ୍ଟାରେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୬ ପ୍ରତିଶତକୁ ଖସିଲା ସଂକ୍ରମଣ ହାର। ଲାଗାତାର ୩ୟ ଦିନରେ ୫ ହଜାର ତଳେ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୬.୩୩ ପ୍ରତିଶତ। ଯାହାକି ଗତକାଲି ଥିଲା ୭.୨୦ ପ୍ରତିଶତ। ୨୪ଘଣ୍ଟାରେ ୬୮ହଜାର ୫୩୫ ଟେଷ୍ଟିଂ ହୋଇଥିବାବେଳେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୭ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ । ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ପୁରୀ ଓ ଅନୁଗୁଳ। ଖୋର୍ଦ୍ଧାରୁ ସର୍ବାଧିକ ୭୦୦ ଆକ୍ରାନ୍ତ ହୋଇଛନ୍ତି । କଟକରୁ ୪୮୦, ଯାଜପୁରରୁ ୩୭୦, ବାଲେଶ୍ୱରରୁ ୨୯୬ ଓ ପୁରୀରୁ ୨୫୫ ନୂଆ କେସ୍‌ ରହିଛି। କେବଳ ଏହି ୫ ଜିଲ୍ଲାରୁ ୧ ହଜାର ୯୫୭ ରହିଛି କରୋନା କେସ୍‌ । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୫୫ ହଜାର ୯୨୩ । ୩ହଜାର ୩୪୬କୁ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା। … ରାଜ୍ୟରେ ରେଡ୍‌ ଜୋନ୍‌ କମୁଥିବାବେଳେ ଗ୍ରୀନ୍‌ ଜୋନ୍‌ ବଢୁଛି । ୭ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୧୨ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି। ସେହିପରି ୟେଲୋ ଜୋନରେ ଅଛି ୧୧ ଜିଲ୍ଲା ।

Leave A Reply

Your email address will not be published.