ଯାଜପୁରରେ ୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନର ବଢ଼ିଲା ଚିନ୍ତା, ମୁକାବିଲା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲାରେ ଗତକାଲି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଆଜି ଏଥିପାଇଁ ଯାଜପୁର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଜିଲାପାଳ ରଂଜନ ଦାସଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଗତକାଲି ଦଶରଥପୁର ବ୍ଳକ କଟକଟା ପଂଚାୟତର କଟିକଟା,ବିହିପୁର,ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଏବଂ ମଲ୍ଲିକାପୁର(ଆଶିଂକ) ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ଏଠାରେ ଆସନ୍ତା ମେ ମାସ ୧୦ ତାରିଖ ସକାଳ ୮ଟ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

jajpur collectorସେହିପରି ଜିଲାର କେତେକ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଖୋଲିବା ପାଇଁ ପ୍ରଶାସନିକ ନିଷ୍ପତି ନିଆଯାଇଛି ।ଏହି ସବୁ ଦୋକାନ ସକାଳ ୬ ଟା ଠାରୁ ଦିନ ୧୧ ପର୍ଯ୍ୟନ୍ତ ଖୋଲା ରହିବ । ବହି ଦୋକାନ କେବଳ ରବିବାର ଖୋଲା ରହିବ,ଆମିଷ ଦୋକାନ ବୁଧବାର,ଶୁକ୍ରବାର ଏବଂ ରବିବାର ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି । ଜିଲ୍‌ାର ଅନ୍ୟ ପାଥୋଲାବ,ଅତ୍ୟାବଶ୍ୟକ ସାମଗ୍ରୀ,ଗୋଖାଦ୍ୟ ସାମଗ୍ରୀ,ଏଲପିଜି ଗ୍ୟାସ,ସିମେଂଟ ରଡ,ମୋବାଇଲ ରିଚାର୍ଜ ଦୋକାନ ଖୋଲା ରହିବ । ତେବେ ଯାଜପୁର ଦଶରଥପୁର ଏବଂ କୋରେଇ ବ୍ଲକରେ ବୃଦ୍ଧି ପାଉଥିବା ଆକ୍ରାନ୍ତ ଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଜିଲାର କେତୋଟି ବ୍ଲକକୁ ସଂପୁର୍ଣ୍ଣ ସଟ ଡାଉନ ଘୋଷଣା କରିବା ସମ୍ଭାବନା ଥିବା ବିଶ୍ୱସ୍ଥ ସୁତ୍ରରୁ ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.