କରୋନା ଅଟକାଇ ପାରିଲାନି ବାହାଘର, ମାସ୍କ ପିନ୍ଧି ବେଦୀରେ ବସିଲେ ବର କନ୍ୟା

ତାଳଚେର /ସୁନ୍ଦରଗଡ଼: ନା ବାଜା ବାଜଣା, ନା ବାଣ କି ବରଯାତ୍ରୀ । ବନ୍ଧୁ ବାନ୍ଧବଙ୍କ କୋଳାହଳ ବି ନାହିଁ । ମାତ୍ର ୬ଟି ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ । କରୋନା କଟକଣା ଯୋଗୁଁ ନିରାଡମ୍ବରେ ହୋଇଛି ବାହାଘର। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି । ତାଳଚେର ସନ୍ଥପଡ଼ା ଗାଁର ପୁଅ ପ୍ରିୟବ୍ରତ ସାମଲଙ୍କ ସହ ବେବର୍ତା ମୁଣ୍ଡା ଗାଁର ରାଜନନ୍ଦିନୀଙ୍କ ହାତ ଗଣ୍ଠି ପଡ଼ିଛି ।

DONATEଏପ୍ରିଲ ୧୭ରେ ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଯୋଗୁଁ ଚିନ୍ତାରେ ପଡ଼ିଯାଇଥିଲେ ଉଭୟ ପରିବାର । ଆଗକୁ ଭଲ ସମୟ ନଥିବାରୁ ଶେଷରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଅନୁମତି ମିଳିବା ବର-କନ୍ୟା ଉଭୟ ପରିବାର ସଦସ୍ୟ, ବ୍ରାହ୍ମଣ ଓ ବାରିକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ପିଏମ୍‌ ରିଲିଫ୍‌ ଫଣ୍ଡକୁ ମଧ୍ୟ ୧୦ ହଜାର ଟଙ୍କା ଦାନ କରିଛନ୍ତି ।

ସେପଟେ ସୁନ୍ଦରଗଡ଼ରେ ବିନା ହାତଗଣ୍ଠିରେ ବିବାହ:

MRGସେପଟେ ସୁନ୍ଦରଗଡ଼ରେ ବିନା ହାତଗଣ୍ଠିରେ ବିବାହ। ବିନା ବନ୍ଧୁବାନ୍ଧବ, ବାଜା ରୋଷଣୀରେ ବାହାଘର ହୋଇଛି । ସାମାଜିକ ଦୂରତାକୁ ଦୃଷ୍ଟି ରଖି ବରକନ୍ୟାଙ୍କ ହାତ ଗଣ୍ଠି ମଧ୍ୟ ପଡି ନଥିଲା। ନୂଆଡିହି ନିବାସୀ ମଦନ ମୋହନ ପଟେଲଙ୍କ ବଡ ପୁଅ ଅମ୍ରିତ ଓ ଝାରଗାଁର ଅରୁଣ ପଟେଲଙ୍କ ଝିଅ ଶୁଭଶ୍ରୀଙ୍କ ବିବାହ ସମ୍ପନ୍ନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.