ଖୁସି ଖବର: ରାଜ୍ୟରେ ୧% ତଳକୁ ଖସିଲା ସଂକ୍ରମଣ ହାର, ଗତ ୨୪ ଘଣ୍ଟାରେ ୬୦୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୧ ପ୍ରତିଶତ ତଳକୁ ଖସିଲା ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ୬୦୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୬୭ଜଣଙ୍କ ଜୀବନ ନେଇଛି ଭାଇରସ୍‌। ପଜିଟିଭ୍‌ ହାର ରହିଛି ୦.୯୩ ପ୍ରତିଶତ। ଗତକାଲି ପଜିଟିଭ ହାର ଥିଲା ୧.୨୩ ପ୍ରତିଶତ ।

୬୦୯ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୯୭ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୬୪ ହଜାର ୯୯୧ କୋଭିଡ୍‌ ଟେଷ୍ଟିଂ ହୋଇଛି । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୭ ହଜାର ୫୨୮ ରହିଛି । ଆକ୍ଟିଭ କେସ୍‌ ରେଡ୍‌ ଜୋନରେ ଖୋର୍ଦ୍ଧା ଜିଲ୍ଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.