ଜିଲ୍ଲା ପରେ ଜିଲ୍ଲା ଡେଉଁଛି କରୋନା, ରାଜ୍ୟର ଆଉ ତିନି ନୂଆ ଜିଲ୍ଲାରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ

ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା । ଧୀରେ ଧୀରେ ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ଆଜି ଆଉ ତିନିଟି ଜିଲ୍ଲାକୁ ବ୍ୟାପିଛି ଭାଇରସ୍‌ । ଝାରସୁଗୁଡ଼ା, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ତିନିଟି ଜିଲ୍ଲାରୁ ତିନି ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ୧୨୨କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଏର୍ଯ୍ୟନ୍ତ ୪ଟି କରୋନା ରିପୋର୍ଟ ବାହାରିଛି ପଜିଟିଭ୍‌ । ୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ମୋଟ୍‌ ୧୪ଟି ଜିଲ୍ଲା ଭୂତାଣୁ ସଂକ୍ରମିତ ।

new corona

ଏଥିରୁ ୧୦ଟି ଜିଲ୍ଲାରେ ଆକ୍ଟିଭ କେସ୍‌ ରହିଛି । ଚାରିଟି ଜିଲ୍ଲା କଟକ, ପୁରୀ, ଢେଙ୍କାନାଳ ଓ କଳାହାଣ୍ଡି କରୋନା ମୁକ୍ତ ହୋଇଛି । ଭାଇରସ୍‌ କବଳକୁ ଚାଲି ଯାଇଛି ପଶ୍ଚିମ ଓଡ଼ିଶାର ଆଉ ଦୁଇଟି ଜିଲ୍ଲା ଝାରସୁଗୁଡ଼ା ଓ ଦେବଗଡ଼ । ପୂର୍ବରୁ ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଭୂତାଣୁ ସଂକ୍ରମିତ ରାଜ୍ୟରୁ ଆସିଛନ୍ତି ନା ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ? ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ୍‌ ହିଷ୍ଟ୍ରି ନେଇ ଖୋଳତାଡ ଚାଲିଛି । ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡ଼ା । ଏଠାରେ ବେଦାନ୍ତ, ଏମସିଏଲ୍‌ ଭଳି ବହୁ ଛୋଟବଡ଼ କମ୍ପାନୀ ଅଛନ୍ତି ।

ସେହିପରି ଖଣି ଖାଦାନରେ ଭରପୁର ଜିଲ୍ଲା କେନ୍ଦୁଝର । ଏହି ଦୁଇଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପାଇଁ ଏବେ ଚ୍ୟାଲେଞ୍ଜ । ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କିଭଳି କଣ୍ଟେନମେଣ୍ଟ ଜୋନ୍‌ କରାଯିବ ତାହା ସ୍ଥାନୀୟ ପ୍ରଶାସନ ଆଘରେ ପ୍ରମୁଖ ଚ୍ୟାଲେଞ୍ଜ ହେବ । ଦୁଇ ଦିନ ତଳେ କୋରାପୁଟ ଜିଲ୍ଲାରୁ ପ୍ରଥମ କରୋନା ପଜିଟିଭ୍‌ ସାମନାକୁ ଆସିଥିଲା ।

You might also like