ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ଥାପନ ହେବ ଟେଷ୍ଟିଂ କ୍ୟାମ୍ପ, ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ଯାଞ୍ଚ୍‌ ବାଧ୍ୟତାମୂଳକ

ଭୁବନେଶ୍ୱର(କେ ନ୍ୟୁଜ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ଥାପନ ହେବ ଟେଷ୍ଟିଂ କ୍ୟାମ୍ପ । ଭୁବନେଶ୍ୱର ଏୟାରପୋର୍ଟରେ ଆଜି ସନ୍ଧ୍ୟା କିମ୍ବା କାଲି ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର ସ୍ଥାପନ କରାଯିବ। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଂ ଏଠାରେ କରାଯିବ। ଯଦି କାହାରି ଠାରେ କିଛି ଲକ୍ଷଣ ଦେଖାଯାଏ ତେବେ ତାଙ୍କ ପାଇଁ କୋଭିଡ ଟେଷ୍ଟିଂ ବାଧ୍ୟତାମୂଳକ କରା ଯାଇଛି । ବର୍ତ୍ତମାନ ରାଜ୍ୟରେ ପଜିଟିଭ ସଂଖ୍ୟାରେ ବୃଦ୍ଧି ହୋଇ ନାହିଁ।

ତେବେ ସତର୍କତା ମୂଳକ ପଦକ୍ଷେପ ନିଆଯିବା ସହ ଏମଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବୃଦ୍ଧି କରାଯାଇଛି। ଯିଏ ପଜିଟିଭ୍‌ ଆସୁଛି ପୂର୍ବ ଭଳି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଟେଷ୍ଟିଙ୍ଗ ସଂଖ୍ୟା ବଢାଇବା ପାଇଁ ଚେଷ୍ଟା ଚାଲିଥିବା କମିଶନର ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.