ରାଜ୍ୟ

ଟ୍ବିନ ସିଟି କରୋନା ଅପଡେଟ୍: ଭୁବନେଶ୍ବରରୁ ୨୩୭, କଟକରୁ ୧୧୫ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ଟେଷ୍ଟିଂ ବଢିବାରୁ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀ ଗତ ୨୪ ଘଣ୍ଟାରେ ରାଜଧାନୀରୁ ସର୍ବାଧିକ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମସି ସୂଚନା ଦେଇଛି । ଏଥିମଧ୍ୟରୁ ୧୩୨ଟି କ୍ୱାରେଣ୍ଟାଇନ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୧୦୫ଟି  ଲୋକାଲ  କେସ୍ ରହିଛି।

ସେହିଭଳି ରାଜଧାନୀରେ ଗତ ୨୪ ଘଣ୍ଟାରେ ୧୦୧ ଜଣ ସୁସ୍ଥ ହୋଇଥିବା  ସୂଚନା ଦେଇଛି  ବିଏମସି  । ଲୋକାଲ କେସ୍  ମଧ୍ୟରେ ୟୁନିଟ୍-୮, ବମିଖାଲ, ଚନ୍ଦ୍ର୍ରଶେଖରପୁର ବିଡିଏ କଲୋନୀରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ୍-୬, ୟୁନିଟ୍-୧ ଓ ଅନ୍ୟ ଜିଲ୍ଲାରୁ ଆସିଥିବା ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କ୍ୱାରେଣ୍ଟାଇନ୍ କେସ୍ ମଧ୍ୟରୁ ଚିନ୍ତାମଣିଶ୍ୱର ଅଞ୍ଚଳରୁ ୪ଜଣ, ଗୌରୀଧାମରୁ ୪ଜଣ, ଗଙ୍ଗନଗରରୁ ୫ଜଣ, ଏକ ଘରୋଇ ହସ୍ପିଟାଲରୁ ୬ଜଣ, ସାଲିଆ ସାହି ଓ ସହିଦନଗର ସୁକ ବିହାରରୁ ୫ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ ବ୍ରିଟ୍ କଲୋନୀ ଓ ଫରେଷ୍ଟ ପାର୍କ ଜିନ୍ଦଲ ଅଫିସ୍ ନିକଟରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଏବେ ୧୫୫୧ଟି ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ୩୦୧୫ ଜଣ ସୁସ୍ଥ ହୋଇ ସାରିଲେଣି । ମୋଟ ୪୫୯୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି  ଆଜି କଟକ ସହରରୁ ୧୮ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୧୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ ଜଣଙ୍କ ସମେତ ୧୩ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳାରୁ ୫ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ସହରର ଅନ୍ୟ ସରକାରୀ କ୍ବାରେଣ୍ଟାଇନରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କ୍ବାରେଣ୍ଟାଇନରୁ ମୋଟ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୩୬ ଜଣ  ହୋମ କ୍ବାରେଣ୍ଟାଇନରୁ ଅଛନ୍ତି।

ସିଏମ୍‌ସି  ସୂଚନା ଅନୁସାରେ ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ଆଜି ମୋଟ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮ ଜଣ ପୁରୁଷ ଥିବା ବେଳେ ୧୬ ଜଣ ହେଉଛନ୍ତି ମହିଳା।

ଗୃହ ସଂଗରୋଧରୁ ଚିହ୍ନଟ ୩୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମାଛୁଆ ବଜାରରୁ ଅଛନ୍ତି ୧୧ ଜଣ। ଏଥିରେ ୮ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ। ବାଉଁଶ ଗଳିରୁ ୪ ଜଣ ପୁରୁଷଙ୍କ ସମେତ ୧୦ ଜଣ, ହରିପୁରରୁ ୫ ଜଣ ପୁରୁଷ ଓ ଅନ୍ୟ ୫ ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବକ୍ସିବଜାର, କାଠଗଡ଼ାସାହି, ସୂତାହାଟ, ସାମନ୍ତସାହି ଓ ମଧୁପାଟଣାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Sasmita

Recent Posts

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

5 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

19 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago