ଓଡିଶା ପାଇଁ ବଡ ଖୁସି ଖବର, ଭୁବନେଶ୍ୱରରେ ପହଁଚିଲା ଟିକା

ଭୁବନେଶ୍ୱର ( କେନ୍ୟୁଜ) : ବଡ ଖୁସି ଖବର। କରୋନାରୁ ମୁକ୍ତି ପାଇବାକୁ ଯାଉଛି ସାରା ବିଶ୍ୱ। ପୁଣେ ସିରମ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରକୁ ଆସିଲା ଟିକା। ସ୍ପାଇସ ଜେଟ୍‌ ବିମାନ ବନ୍ଦରରେ ଆସିଥିଲା ଟିକା। କଡା ସୁରକ୍ଷା ଭିତରେ ଟୀକାଷ୍ଟୋର ସେଣ୍ଟରକୁ ନିଆଯାଇଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତ ସରକାର ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ପ୪ରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଅନୁମତି ଦେବା ପରେ ୧୬ ତାରିଖରେ ଦେଶରେ ଆରମ୍ଭ ହେବ ଟିକାକରଣ । ପୁଣେର ସିରମ ଇନଷ୍ଟିଚ୍ୟୁଟ ଫ୍ୟାକ୍ଟ୍ରିରୁ ଦେଶର ବିଭିନ୍ନ ଭାଗକୁ ଟିକା ପହଚାଂଇବା କାମ ଆରମ୍ଭ ହୋଇଯାଇଛି । ଫଳରେଦିଲ୍ଲୀରେ ଟିକା ପହଚିଂବା ପରେ ଭୁବନେଶ୍ୱରରେ ପହଁଚିଛି କୋଭିସିଲ୍ଡ ଟିକା । ରାଜ୍ୟ ଟିକାକରଣ କେନ୍ଦ୍ରରୁ ସିଧାସଳଖ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ଯିବ ଟିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.