ରାଜ୍ୟରେ କରୋନା ସଂକ୍ରମଣ କମୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): କରୋନା ସଂକ୍ରମଣ ତଳ ଉପର ହେଉଛି । ଏବେର ଯେଉଁ ଟ୍ରେଣ୍ଡ ରହିଛି, ସଂକ୍ରମଣ କମୁଛି । ମୃତ୍ୟୁସଂଖ୍ୟା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲଟାର ଉପସ୍ଥିତି ରହିଛି । ସେହି କାରଣରୁ ମୃତ୍ୟୁ ହେଉଛି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାସହ ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ସାମଗ୍ରିକ ଭାବେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ପଦକ୍ଷେପ ନେବେ । ଓମିସିୟର କିଟ୍‌ ରେ ହାରାହାରି ୩୧ ହଜାର ୬୬୬ ଜଣଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୧ ହଜାର ୭୨୯ ପଜଗିଟିଭ ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.