ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଲା, କେବଳ ଭୁବନେଶ୍ୱରରେ ୭୭.୫ ପ୍ରତିଶତ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଛି । ଏମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୭୭.୫ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି । ଏଭଳି ସ୍ଥିତିରେ ଭୟଭୀତ ନହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ୱରର ସୂର୍ଯ୍ୟନଗର, ବମିଖାଲ ଓ ସୁନ୍ଦରପଦା ଅଞ୍ଚଳକୁ କନ୍‌ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି । ଏହା ସହ ଲକ୍‌ଡାଉନ୍‌ ସମୟରେ ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ ।

covid-19କନ୍‌ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଗ୍ରୋସରୀ ଓ ପରିବା ପହଞ୍ଚାଯାଉଛି । ଏହା ସହ ଏହି ସବୁ ଅଞ୍ଚଳରେ ଅଗ୍ନିଶମ ବିଭାଗ ଦ୍ୱାରା ବ୍ୟାପକ ପରିମାଣରେ ବିଶୋଧନୀକରଣ କରାଯାଉଛି । ଅତି ଜରୁରୀ ମେଡିକାଲ ସେବା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୦୦ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.