କଟକର ବିଭିନ୍ନ ଓ୍ଵାର୍ଡରେ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା

କଟକ(କେନ୍ୟୁଜ୍): ସାଧାରଣ ନିର୍ବାଚନ ପୂର୍ବରୁ କଟକର ବିଭିନ୍ନ ୱାର୍ଡର ହୋଇଥିଲା ଉନ୍ନତିକରଣ। ଉନ୍ନତି ଯୋଜନାରେ ପ୍ରତ୍ୟେକ ଓ୍ଵାର୍ଡରେ ୫୦ ଲକ୍ଷର କାମ କରାଯାଇଥିଲା। ବିଶେଷ ଭାବେ ରାସ୍ତା, ଡ୍ରେନ ଓ କମ୍ୟୁନିଟି ଘର ଆଦି କାମ ହୋଇଥିଲା । ତେବେ ଏହି କାମରେ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ୩୧ ନମ୍ବର ଓ୍ଵାର୍ଡ ରାଣୀହାଟ ଶଗଡିଆ ସାହିରେ ୨୦୧୮ ନଭେମ୍ବର ମାସରେ କାମ ହୋଇଥିବାର ଫଳକ ମରାଯାଇଛି।

roadକିନ୍ତୁ ଉଲ୍ଲେଖ ହୋଇଥିବା କାମର ଫଳକ ଅନୁଯାୟୀ କାମ ହୋଇ ନାହିଁ। ଏହି କାମ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ବାକି ଥିବା କାମକୁ ନିର୍ମାଣ କରିବା ପାଇଁ ଠିକାଦାର ଆସିଥିବା ବେଳେ କରିବା ବେଳେ ସ୍ଥାନୀୟ ବାସିନ୍ଦା କାମକୁ ବନ୍ଦ କରି ଦେଇଛନ୍ତି। କାମ ନିମ୍ନମାନର ହେଉଥିବା ଓ ଅର୍ଥ ବାଟମାରଣା ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ଏଭଳି ଅଭିଯୋଗ ଅମୂଳକ ବୋଲି କହିଛନ୍ତି ୩୧ ନମ୍ବର ଓ୍ଵାର୍ଡର ପୂର୍ବତନ କର୍ପୋରେଟର। ନିର୍ଦ୍ଧାରିତ ଅର୍ଥରେ ରାସ୍ତା ସମ୍ପୂର୍ଣ୍ଣ ହୋଇନପାରିବାରୁ ସିଏମସିର ଶେଷ କାଉନସିଲ ବୈଠକରେ ପ୍ରାୟ ୩ ଲକ୍ଷ ଟଙ୍କା ଅଧିକ ଅନୁମୋଦନ କରି କାମ କରାଯାଉଥିବା ସେ କହିଛନ୍ତି। ଦୁର୍ନୀତି ଅଭିଯୋଗର ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ପୂର୍ବତନ କର୍ପୋରେଟର ।