ସମ୍ବଲପୁର ଚିଡ଼ିଆଖାନାରେ ଦୁର୍ନୀତି, ପଶୁପକ୍ଷୀଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ

ସମ୍ବଲପୁର: ଚିଡ଼ିଆଖାନାରେ ପଶୁ ପକ୍ଷୀଙ୍କ ଜୀବନକୁ ନେଇ ଚାଲିଛି ସାଙ୍ଘାତିକ ଷଡ଼ଯନ୍ତ୍ର । ପଶୁପକ୍ଷୀମାନଙ୍କ ପାଈଁ ଆସୁଥିବା ଖାଦ୍ୟରେ ହେଉଛି ବଡ଼ ଦୁର୍ନୀତି । ସମ୍ବଲପୁରର ଏକ ଚିଡିଆଖାନା ନାମରେ ଆସିଛି ଏଭଳି ସାଙ୍ଘାତିକ ଅଭଯୋଗ । ଚିଡ଼ିଆଖାନାର କିଛି କର୍ମଚାରୀ ଏହି ଦୁର୍ନୀତିରେ ରହିଛନ୍ତି ସାମିଲ ଅଛନ୍ତି ବୋଲି ମଧ୍ୟ କୁହାଯାଉଛି । କାରଣ ରେଞ୍ଜର ଠାରୁ ଆରମ୍ଭ କରି ଫରେଷ୍ଟ ଗାର୍ଡ ପର୍ଯ୍ୟନ୍ତ କେହି ଜଣେ ବି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଭଲକରି ଦେଇପାରୁନାହାନ୍ତି । ହରିଣ ଓ ସମ୍ବର ପାଈଁ ଆସୁଥିବା ଖାଦ୍ୟରେ ପୋକ ସଲବଲ ।
ପଶୁପକ୍ଷୀଙ୍କୁ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନ ମାନର । ତେବେ ପ୍ରତ୍ୟକ ଚିଡିଆଖାନାର ପଶୁପକ୍ଷୀମାନଙ୍କ ପାଇଁ ସରକାର ଭଲ ଖାଦ୍ୟ ଦେଉଛନ୍ତି । ହେଲେ ଚିଡିଆଖାନାର କର୍ମଚାରୀ ପଶୁପକ୍ଷୀମାନଙ୍କ ପାଇଁ ନିମ୍ନ ମାନର ଖାଦ୍ୟ ଆଣୁଥିବା ଜଣାପଡିଛି । ଯାହାକୁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି । ଟିକେ ଭଲଭାବେ ଦେଖନ୍ତୁ ଚିଡିଆଖାନାରେ ନିରୀହ ପଶୁ ପକ୍ଷୀଙ୍କୁ ଦିଆ ଯାଉଥିବା ଏହି ଖାଦ୍ୟକୁ । ଯେଉଁଥିରେ ଏଭଳି ପୋକ ଅଛନ୍ତି ଯେ ପଶୁ ପକ୍ଷୀ ଖାଇବା ତ ଦୂରର କଥା ଏ ଖାଦ୍ୟ ଦେଖିଲେ ଡେଇଁ ପଳାଉଛନ୍ତି । କିନ୍ତୁ କାହିଁକି ନିରୀହ ଜୀବ ଜନ୍ତୁଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କର୍ତ୍ତୃପକ୍ଷ ।
ତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ସେପଟେ ଚିଡିଆଖାନା ରେଞ୍ଜର କହୁଛନ୍ତି ମାସ ଶେଷରେ ଖାଦ୍ୟରେ ଏଭଳି ପୋକ ହେଇଯାଉଛନ୍ତି । ସେପଟେ ଫରେଷ୍ଟ ଗାର୍ଡ ପ୍ରତେକ ଦିନ ପଶୁପକ୍ଷୀଙ୍କୁ ଦିଆଯାଉଥିବା ଖାଦ୍ୟ ଯାଞ୍ଚ କରିବା କଥା । ହେଲେ ସେମଧ୍ୟ କହୁଛନ୍ତି ମାସ ଶେଷ ଆଡକୁ ଏମିତି ପୋକ ଲାଗିଯାଏ । ଯଦି ପୋକ ଲାଗିଯାଉଛି ତାହେଲେ ଜାଣି ଜାଣି ସେ ଖାଦ୍ୟ କାହିଁକି ପଶୁମାନଙ୍କୁ ଦିଆଯାଉଛି । କଥା କହି ପାରୁନଥିବା ନିରୀହ ପଶୁମାନଙ୍କୁ ଚିଡିଆଖାନା କର୍ତ୍ତୃପକ୍ଷଙ୍କର ଏଭଳି ବ୍ୟବହାର ନିଶ୍ଚିତ ରୂପେ ସମସ୍ତଙ୍କୁ ଦୁଖୀ କରିଛି ।
Also read: ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ