ବସ୍‌ର ଦାମ୍‌ କୋଟିଏ ୭୬ ଲକ୍ଷ, ସୁରକ୍ଷା ଓ ସୁବିଧା କଥା ଜାଣିଲେ ଆବାକ୍‌ ହୋଇଯିବେ

କଟକ : ଭିତରକୁ ପଶିଗଲେ ଲାଗୁଛି ଉଡ଼ାଜାହାଜ ଭିତରକୁ ଆସିଗଲା ପରି । ଅଗ୍ନି ନିର୍ବାପକ ବ୍ୟବସ୍ଥାଠାରୁ ଆରମ୍ଭ କରି, ମହିଳାମାନଙ୍କ ପାଇଁ ପୋଲିସ ସହାୟତା ପରି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ଏହା ଭିତରେ । କୌଣସି ମହିଳା ବା ଯୁବତୀ ମାତ୍ର ଥରେ ବଟନ୍ ଚିପିଲେ ପୋଲିସ ପାଖରେ ପହଞ୍ଚିବ ସୂଚନା । ଆପଣ ଜଣେ ଯାତ୍ରୀ ଭାବରେ ଜାଣି ଖୁସି ହେବେ, ଏ ସବୁ କିଛି ଆପଣ ପାଇ ପାରିବେ ଏକ ବସ ଭିତରେ ।

ହଁ ଆଜ୍ଞା, ଆଜିକାଲି ସମସ୍ତେ ବସ୍‌ରେ ଯିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସେଥିପାଇଁ ଯେକୌଣସି କାମ ହେଉ ସେହି କାର୍ଯ୍ୟ ତୁଲାଇବା ପାଇଁ ବସ୍‌ ରେ ଯାଇଥାଆନ୍ତି ଲୋକେ । କିଛି ଲୋକ ବସ୍‌ ରେ ଯାତ୍ରା କରୁଥିବା ବେଳେ ଟିକିଏ ସୁବିଧା ଖୋଜିଥାଆନ୍ତି । ଯେତେବେଳେ ଏହି ବସ୍‌ରେ ସେହି ଅତ୍ୟାଧୁନିକ ସୁବିଧା ମିଳିଯାଉଛି ସେତେବେଳେ ଯାତ୍ରୀଙ୍କ ଖୁସି କହିଲେ ନସରେ । ନିକଟରେ କଟକରେ ଏଭଳି ଏକ ବସ୍‌ ରହିଛି ଯେଉଁ ବସ୍‌ ଦେଖିଲେ ସେଥିରେ ନ ବସି ରହିପାରିବେନି ।

ଏହି ବସ୍‌ ର ସୁବିଧା ଆପଣ ଏହି ଦୃଶ୍ୟରେ ଦେଖିପାରୁଥିବେ । ଏମରଜେନ୍ସି ସୁବିଧାଠୁ ଆରମ୍ଭ କରି ସମସ୍ତ ସୁବିଧା ଏହି ବସ୍‌ରେ ଉପଲବ୍ଧ । ସବୁଠୁ ବଡ କଥା ହେଉଛି ମଦ୍ୟପାନ କରି ଡ୍ରାଇଭର ଗାଡି ଚଳାଇବାକୁ ଚେଷ୍ଟା କଲେ ଏହା ଷ୍ଟାର୍ଟ ମଧ୍ୟ ହେବ ନାହିଁ । ତେବେ ଦୁଇ କୋଟି ଟଙ୍କା ରହିଛି ଏହି ବସର ଦାମ । କିଣିଛନ୍ତି କଟକର ଜଣେ ବସ ମାଲିକ ।

You might also like