ପୌର କାର୍ଯ୍ୟାଳୟରେ କାଉନସିଲର ଓ ବିଧାୟକ ମୁହାଁମୁହିଁ

ଆନନ୍ଦପୁର(କେନ୍ୟୁଜ୍): ନିଜ ଓ୍ଵାର୍ଡରେ ଅନ୍ୟ ଓ୍ଵାର୍ଡର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ଠିକା କାମ କରୁଛନ୍ତି ।ଏଭଳି ଅଭିଯୋଗ ନେଇ ଆନନ୍ଦପୁର ପୌରପରିଷଦ ୧୦ ନଂ ଓ୍ଵାର୍ଡ ର ସ୍ୱୟଂସହାୟକା ଗୋଷ୍ଠୀର ମହିଳାମାନେ ଆଜି ନିଜ ଓ୍ଵାର୍ଡର କାଉନସିଲର ସହ ପୌର କାର୍ଯ୍ୟଳୟ ଠାରେ ପହଁଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆନନ୍ଦପୁର ବିଧାୟକ ଓ ୧୦ ନଂ ଓ୍ଵାର୍ଡ କାଉନସିଲରଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବିଧାୟକ ସେଠାରୁ ଫେରିଆସୁଥିବା ସମୟରେ ଉପସ୍ଥିତ ଲୋକେ ହୋହାଲ୍ଲା କରିରୁଥିବା ଚିତ୍ର ଦେଖିବାକୁ ମିଳିଛି ।

ପୌରକାର୍ଯ୍ୟାଳୟକୁ ଆସିଥିବା ମହିଳା ମାନେ ନିଜ ଓ୍ଵାର୍ଡରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ମିଟିଂ ପାଇଁ ଏକ ଘର ଦାବି କରିଛନ୍ତି । ୧୦ ନଂ ଓ୍ଵାର୍ଡର କାଉନସିଲର ସୁଜିତ ସାହୁଙ୍କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ସବୁସମୟରେ ନିଚା ଦେଖାଇବାସହ ଆଜିର ଘଟଣାରେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ସେ, ଆଜି ପୈରକାର୍ଯ୍ୟାଳୟକୁ କୌଣସି କାମରେ ଯାଇଥିବା ସମୟରେ ମହିଳାମାନେ କାଉନସିଲରଙ୍କ ସହ ପହଁଥିଲେ । ଠିକା କାମ ପାଇଁ ଆସିଥିବା ଏହି ମହିଳାମାନଙ୍କ ଗୃପ୍‌ ପଞ୍ଜିକୃତ ନଥିବା ଜାଣିବାପରେ ବିଧାୟକ ସେମାନଙ୍କୁ ବୁଝାସୁଝା କରି ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି । ତେବେ ଏମାନଙ୍କୁ କେହି ପଛରୁ ଉସୁକାଇ ଏଭଳି କରୁଥିବା କହିଛନ୍ତି ବିଧାୟକ ଭାଗିରଥି ସେଠୀ । ଅନ୍ୟ ପଟେ ଏ ସମ୍ପର୍କରେ ପଚାରିବାରୁ ସଂପୃକ୍ତ ଗୃପ୍‌ ଅଣପଞ୍ଜିକୃତ ଥିବା କାରଣରୁ ସେମାନଙ୍କୁ କାମ ଦେବା ସମ୍ଭବ ହୋଇନଥିବା କହିଛନ୍ତି ପୌରନିର୍ବାହୀ ଅଧିକାରି । ଅପ୍ରୀତିକର ପରିସ୍ଥିତି ପରେ ଆନନ୍ଦପୁର ଥାନାରେ ବିଧାୟକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.