କାଉନସିଲରଙ୍କ ସ୍ୱାମୀଙ୍କୁ ନର୍ମମ ହତ୍ୟା କରି ଦୁର୍ବୃତ୍ତ ଚମ୍ପଟ

ସୁବର୍ଣ୍ଣପୁର(କେନ୍ୟୁଜ): କାଉନସିଲରଙ୍କ ସ୍ୱାମୀଙ୍କୁ ନର୍ମମ ହତ୍ୟା । ରାତିରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ କାଉନସିଲରଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଚମ୍ପଟ ମାରିଛି । ହତ୍ୟାକାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ।

ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ୧୦ ନମ୍ବର ଓ୍ୱାର୍ଡ ଗଡଭିତର ର କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ସଂଜୀବ ଗୁରୁ । ଗତ ରାତିରେ ନିଜ ଘର ନିକଟରେ ଥିବା ଅନ୍ୟ ଏକ ଘରେ ସଂଜୀବ ଏକାକୀ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟାକରି ଫେରାର ମାରିଛି ।

ଦୁର୍ବୃତ୍ତ ସଂଜୀବଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି । ଆଜି ସକାଳୁ ଘଟଣା ଜଣାପଡିବା ପରେ ତାଙ୍କ ପତ୍ନୀ ନଳିନୀ ନାଏକ ତରଭା ଥାନାରେ ଏକ ହତ୍ୟା ମାମଲା ଦାୟର କରିଛନ୍ତି । ତରଭା ପୋଲିସ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କିଏ କାହିଁକି ସଂଜୀବକୁ ହତ୍ୟାକଲା ତାହା ତଦନ୍ତ ପରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.