ଶରତ ଆଣିଛି କାଶତଣ୍ଡୀ ଫୁଲର ସମ୍ଭାର, ମା ଆସୁଛନ୍ତି ବୋଲି ଦେଉଛି ବାର୍ତ୍ତା

କଣ୍ଟାମାଳ: ଶରତ ଋତୁର ଆଗମନରେ ଚାରିଆଡ଼େ ଜମିଆସିଲାଣି ପାର୍ବଣର ମାହୋଲ । ଦୁର୍ଗା ମାଁଙ୍କ ଆଗମନରେ ପୁଲକିତ ହେବ ଧରଣୀରାଣୀ । ନଦୀ ନାଳ ବିଲ,ଆଦି ସବୁଜିମା କୋଳରେ ଏ କାଶତଣ୍ଡି ଫୁଲର ଖିଲିଖିଲି ହସ । ଥରିଥରି ପବନର ସ୍ପର୍ଶରେ ଉଲ୍ଲସିତ ହୋଇ ଉଠୁଛି କାଶତଣ୍ଡିଫୁଲ । ଯାହା ସୂଚନା ଦେଉଛି ଧରାପୃଷ୍ଠକୁ ଖୁବ୍ ଶିଘ୍ର ଆସୁଛନ୍ତି ମାଁ । ଚାରି ଆଡେ ଏବେ ଖୁସିର ଆସରା । ପ୍ରକୃତି ସ୍ୱରୁପା ମାଁଙ୍କ ଆଗମନର ସଙ୍କେତ ଦେଉଛି ଏ କାଶତଣ୍ଡି । ଆଉ ମାଁଙ୍କ ପୂଜାରେ ନିଜକୁ ଉତ୍ସର୍ଗ କରିବାକୁ ସେ ସଜେଇ ହୋଇରହିଛି ।

ପ୍ରକୃତିର ଏହି ମନୋରମ ଅପୂର୍ବ ଦୃଶ୍ୟ ସବୁଜିମା କୋଳରେ ବେଶ୍ ଶୋଭା ପାଉଛି । ଗାଁ ର ଛୋଟଛୋଟ ଶିଶୁମାନେ କାଶତଣ୍ଡି ଫୁଳକୁ ଧରି ଖେଲନ୍ତି ଓ ଭରପୁର ମଜା ନେଇଥାନ୍ତି । ନାଁ ସେ ବଗିଚାରେ ଫୁଟେ, ନା ସେ ଘର ଅଗଣାରେ ଫୁଟେ ବାଟଘାଟ, ବିଲମାଳ,ନଈକୂଳ ଅପନ୍ତରା ଇଲାକାରେ ଫୁଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ । ଏପରିକି କାଶତଣ୍ଡିକୁ ନେଇ କବି ଓ ଭାବୁକ ମଧ୍ୟ କବିତାରୁ ବାଦ୍ପଡିନି । ଲେଖକର ଲେଖନି ମୂନରେ କାଶତଣ୍ଡି କୁ ନେଇ ଲେଖୁଛି କେତେ ଯେ କବିତା ।

ଶରତର ଶୁଭ୍ରମୟ ପରିବେଶକୁ ବିମୋହିତ କରିଦେଇଛି ଏ କାଶତଣ୍ଡି ଫୁଲ। ସୁପ୍ରଭାତର ସୁନେଲି କିରଣରେ ବେଶ ଶୋଭା ଦିଶେ କାଶତଣ୍ଡି । ଆକାଶର ଖଣ୍ଡଖଣ୍ଡ ଭସା ବାଦଲ ଓ ପୃଥବୀର ଧଳା ଚିକ୍ଚିକ୍ କାଶତଣ୍ଡି ପରସ୍ପରକୁ ଚାହିଁ ରହିଛନ୍ତି ଚାତକପରୀ । କାଶତଣ୍ଡିର ସ୍ପର୍ଶରେ ବିମୋହିତ ହୋଇ କବି ଓ ଲେଖକ ପ୍ରାଣକୁ ଚହଲାଇ ଦେଇଛି। ସେହିପରି ଶିଳ୍ପୀକୁ ରଙ୍ଗ ଧରିବାକୁ ବାଧ୍ୟ କରି କରିଛି । ସମସ୍ତଙ୍କୁ ବିଭୋର ବି କରିଛି । କାଶତଣ୍ଡିକୁ ନେଇ ଓଡିଆ ସାହିତ୍ୟ ଇତିହାସରେ ସତନ୍ତ୍ର ସ୍ଥାନ ଜନ୍ମେଇଛନ୍ତି କବି ଓ ଭାବୁକ । ଚାଷୀ ପୁଅ ଏହାକୁ ଦେଖି ଖୁସିରେ ନାଚି ଉଠିଯାଏ ।

You might also like