ଭୋଟ ଗଣତି ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ, ଆସନ୍ତାକାଲି ଆସିବ ରାୟ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାଜ୍ୟରେ କିଏ ଗଢ଼ିବ ସରକାର, ଆଉ କେଉଁ ଦଳକୁ ମିଳିବ କେତେ ଲୋକସଭା ଆସନ  ? ସେ ନେଇ ସବୁ କିଛି ସ୍ପଷ୍ଟ ହୋଯିବ । ଆସନ୍ତାକାଲି ଆସିବ ଜନତା ଜନର୍ଦ୍ଦନଙ୍କ ରାୟ ।

ଭୁବନେଶ୍ୱର: ଭୋଟ ଗଣତି ପାଇଁ ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାଜ୍ୟରେ କିଏ ଗଢ଼ିବ ସରକାର, ଆଉ କେଉଁ ଦଳକୁ ମିଳିବ କେତେ ଲୋକସଭା ଆସନ  ? ସେ ନେଇ ସବୁ କିଛି ସ୍ପଷ୍ଟ ହୋଯିବ । ଆସନ୍ତାକାଲି ଆସିବ ଜନତା ଜନର୍ଦ୍ଦନଙ୍କ ରାୟ । ଇଭିଏମରୁ ଫିଟିବ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ । ତୟାର ରହିଛି କାଉଣ୍ଟିଂ ସେଣ୍ଟର। କଡ଼ା ସୁରକ୍ଷା ବଳୟରେ ରାଜ୍ୟରେ ୧୬୮ କେନ୍ଦ୍ରରେ ହେବ ଭୋଟ ଗଣତି ।

୬୯ ଷ୍ଟ୍ରଙ୍ଗରୁମରେ ଇଭିଏମ ଭିତରେ ସିଲ ହୋଇ ରହିଛି ୧୪୯୨ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତକାଲି ଗଣତି ପାଇଁ ଆରମ୍ଭ ହୋଇ ଯାଇଛି କାଉଣ୍ଟ ଡାଉନ। ସାରା ରାଜ୍ୟରେ ଭୋଟ ଗଣତି କେନ୍ଦ୍ର ଗୁଡ଼ିକ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିଛି । ଜଗିଛନ୍ତି ଅର୍ଦ୍ଧ ସାମରିକ ବାହିନୀ ଓ ସଶସ୍ତ୍ର ପୋଲିସ ।

ଚତୁର୍ଥ ପର୍ଯ୍ୟାୟରେ ହାରାହାରି ମତଦାନ ଥିଲା ୭୪.୪୧ ପ୍ରତିଶତ । ଅନ୍ୟପଟେ ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ରାଜ୍ୟରେ ମୁତୟନ ହୋଇଥିବା ୧୮୫ କମ୍ପାନୀ ସିଏପିଏଫ ମଧ୍ୟରୁ ୨୫ କମ୍ପାନୀ ଇଭିଏମ ଷ୍ଟ୍ରଙ୍ଗରୁମ ଏବଂ କାଉଣ୍ଟିଂ ସେଣ୍ଟରରେ ମୁତୟନ ରହିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ନିର୍ବାଚନ ପରବର୍ତ୍ତୀ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପ୍ରତ୍ଯେକ କାଉଣ୍ଟିଙ୍ଗ ସେଣ୍ଟରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍ ମୁତୟନ ରହିବେ। ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହି ଫୋର୍ସ ମୁତୟନ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

You might also like