ନେଭି ଡେ ପାଇଁ କାଉଣ୍ଟଡାଉନ, ରିହରସଲ କରିଛନ୍ତି ଭାରତୀୟ ନୌସେନାର ଯବାନ

ପୁରୀ : ନେଭି ଡେ ପାଇଁ କାଉଣ୍ଟଡାଉନ ।  ପୁରୀ ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ ।  ଶୁଭୁଛି ଯୁଦ୍ଧପୋତର ଗର୍ଜନ ।  କଳାକୌଶଳ ଦେଖାଉଛନ୍ତ ନୌବୀର ଓ ପାରାଟ୍ରୁପର ।  ପୁରୀ ବ୍ଲୁ ଫାଗ ବିଚରେ ଫୁଲ ଡ୍ରେସ ରିହରସଲ କରିଛନ୍ତି ଭାରତୀୟ ନୌ ସେନାର ଯବାନ ।  ଆଜି ମଧ୍ୟ ପୂର୍ଣ୍ଣ ଅଭ୍ୟାସ କରାଯିବ ।

ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।  କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ ।  ଅନ୍ୟତ୍ର ମୁତୟନ ଥିବାରୁ ସାମିଲ ହେବନି ଏୟାରକ୍ରାଫ୍ଟ କ୍ୟାରିୟର ।  ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ ।  ପ୍ରଦର୍ଶନ ହେବ ଡ୍ରୋନ ଶୋ ।

ଜନଗହଳି ସ୍ଥାନରେଏଲ୍ଇଡି ଲାଗିବ ।  ଲାଇଟ ହାଉସଠାରୁ ଦିଗବାରେଣି ଖୁଣ୍ଟି, ନୀଳାଦ୍ରି ବିଚରୁ ପେଣ୍ଠକଟା ପର୍ଯ୍ୟନ୍ତ ସବୁସ୍ଥାନରେ ଯୁଦ୍ଧ ଜାହାଜ, ଏୟାରକ୍ରାଫ୍ଟ ଓ ରଣକୌଶଳ ଦେଖିପାରିବେ ଦର୍ଶକ ।  ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ଦେଖି ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି ଟ୍ରାଫିକ କଟକଣା ।  ନିୟୋଜିତ ଅଛନ୍ତି ୮୫ ପ୍ଲାଟୁନ ପୋଲିସ ଫୋର୍ସ ।