ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ, ଉତ୍ତରପ୍ରଦେଶରୁ ୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ଓଡ଼ିଶାର ବରଗଡ଼ ଓ ଝାରୁସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସବୁ ନକଲି ଔଷଧ ଉତ୍ତରପ୍ରଦେଶରୁ ଅଣାଯାଇଥିବା ଏହି ଚଢ଼ାଉରୁ ଜଣାପଡ଼ିଛି । ଏହି ରେଡ୍‌ରେ ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ନକଲି ଔଷଧର ଉତ୍ତରପ୍ରଦେଶ ଲିଙ୍କ୍‌ ଉପରେ କାର୍ଯ୍ୟାନୁଷ୍ଠାନ । ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ । ଓଡ଼ିଶା ସରକାର ୟୁପି ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତରପ୍ରଦେଶ ଷ୍ଟେଟ ଟାସ୍କ ଫୋର୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ସିକନ୍ଦ୍ରାବାଦ ଥାନା ବୁଲନ୍ଦସହର ଅଶୋକ କୁମାରଙ୍କ ଘରେ ଚଢ଼ାଉ କରି ୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରାଯାଇଛି । ନଗଦ ୪ ଲକ୍ଷ ଟଙ୍କା ଜବତ ହୋଇଛି । ଓଡ଼ିଶାର ବରଗଡ଼ ଓ ଝାରୁସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସବୁ ନକଲି ଔଷଧ ଉତ୍ତରପ୍ରଦେଶରୁ ଅଣାଯାଇଥିବା ଏହି ଚଢ଼ାଉରୁ ଜଣାପଡ଼ିଛି । ଏହି ରେଡ୍‌ରେ ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ ହୋଇଛି ।

ଗତ କିଛି ଦିନ ତଳେ ଆନ୍ତଃରାଜ୍ୟ ନକଲି ଓଷଧ କାରବାର ଘଟଣାର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଉତ୍ତରପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ । ଆନ୍ତଃରାଜ୍ୟ ନକଲି ଔଷଧ କାରବାର ରୋକିବା ଦିଗରେ ପଦକ୍ଷେପ ନେବାକୁ ସହଯୋଗ ଲୋଡ଼ିଥିଲେ ।

ଓଡ଼ିଶା ସରକାରଙ୍କଠାରୁ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ, ଗିରଫ ଓ ପଚରାଉଚରା ଜାରି କରିଛନ୍ତି । ବରଗଡ଼ ଓ ଝାରସୁଗୁଡ଼ାର ଦୁଇଟି ଔଷଧ ଦୋକାନ ଓ ଏଜେନ୍ସୀ ଉତ୍ତରପ୍ରଦେଶ ବାରଣାସୀର ଦୁଇଟି ଏଜେନ୍ସୀଠାରୁ ନକଲି ଔଷଧ ଆଣୁଥିଲେ । ଏହାର ସୁରାକ ମିଳିବା ପରେ ଡ୍ରଗ୍ସ ଏନଫୋର୍ସମେଣ୍ଟର ଏକ ସ୍ପେଶାଲ୍‌ ଟାସ୍କ ଫୋର୍ସ ଟିମ୍‌ ତଦନ୍ତ କରିଥିଲା । ତଦନ୍ତରୁ ନକଲି ଔଷଧର ଆନ୍ତଃରାଜ୍ୟ ଲିଙ୍କ ଜଣା ପଡିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.