ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ, ୪୨ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁରରେ ବର୍ଷା… ଖୁସି ଆଉ ଲୁହର । ଗୋଟିଏ ପଟେ ଚାଲିଛି ସେଲିବ୍ରେସନ। ବାଣ ଫୁଟିଛି, ମିଠା ବଣ୍ଟା ହୋଇଛି। ଭୁବନେଶ୍ୱରରୁ ଆରମ୍ଭ କରି ପଦ୍ମପୁର, ସବୁଠି ଉତ୍ସାହିତ ବିଜେଡି କର୍ମୀ। ଦଳର ବଡ଼ ବିଜୟ। ସେପଟେ ବିଜୟନୀ ପ୍ରାର୍ଥୀ ବର୍ଷା ଖୁସି ଭିତରେ ଖୋଜିଛନ୍ତି ବାପାଙ୍କ ସ୍ମୃତି। ବାପାଙ୍କ ଅବର୍ତ୍ତମାନରେ ସଭିଙ୍କ ଆଶୀର୍ବାଦ ପାଇ, ବାପାଙ୍କଠାରୁ ବି ଆଗକୁ ବଢି ବିଜୟ ହାସଲ କରିଛନ୍ତି ବର୍ଷା। ୪୨ ହଜାରରୁ ଅଧିକ ସଂଖ୍ୟକ ଭୋଟ୍‌ରେ ବିଜୟୀ। ବର୍ଷା ସିଂହ ବରିହାଙ୍କୁ ୧ ଲକ୍ଷ ୨୦ ହଜାର ୮୦୭ ଭୋଟ୍‌ ପାଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇଛନ୍ତି ୭୮ ହଜାର ୧୨୮ ଓ କଂଗ୍ରେସର ସତ୍ୟଭୂଷଣ ସାହୁ ପାଇଛନ୍ତି ୩ ହଜାର ୫୯୪ ଭୋଟ୍‌। ବର୍ଷାଙ୍କ ବିଜୟ ବ୍ୟବଧାନ ରହିଛି ୪୨ ହଜାର ୬୭୯। ବିଜୟ ପରେ ଫୋନ ଯୋଗେ ବର୍ଷାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକର୍ଷଣୀୟ ବିଜୟ ବିଜୟ ପାଇଁ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।।

ସୂଚନା ଥାଉକି, ପଦ୍ମପୁରରେ ଗତ ୫ଟି ବିଧାନସଭା ନିର୍ବାଚନରେ କ୍ରମାଗତ ଭାବରେ ବଢିଛି ମତଦାନ ହାର । ୨୦୦୦ ବିଧାନସଭା ନିର୍ବାଚନରେ ପଦ୍ମପୁରରେ ମୋଟ୍‌ ୬୪.୧୯ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୦୪ରେ ମତଦାନ ହାର ଥିଲା ୭୪.୦୮ ପ୍ରତିଶତ । ୨୦୦୯ରେ ୭୫.୫୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ୨୦୧୪ରେ ମତଦାନ ହାର ରହିଥିଲା ୭୯.୮୧ ପ୍ରତିଶତ । ଗତ ୨୦୧୯ ବିଧାନସଭା ନିର୍ବାଚନରେ ପଦ୍ମପୁରରେ ମତଦାନ ହାର ରହିଥିଲା ୭୯.୦୫ ପ୍ରତିଶତ । ଏଥର ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଛି ।

ସେହିପରି ସୁରକ୍ଷା ଦୃଷ୍ଟିରୁ ଗଣତି କେନ୍ଦ୍ରର ୧୦୦ମିଟର ପରଧି ଅଞ୍ଚଳକୁ କୌଣସି ଗାଡ଼ି ଯାଇପାରିବନି। ଏହାକୁ ପାଦଚଲା ଜୋନ୍ ଘୋଷଣା କରାଯାଇଛି। ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ସିଏପିଏଫ୍, ଏସ୍‌ଏପିଏଫ୍‌ ଏବଂ ସ୍ଥାନୀୟ ପୁଲିସକୁ ମୁତୟନ କରାଯାଇଛି।

ବିଜେଡି :୪୩,୬୯୧

ବିଜେପି : ୨୮,୧୫୦

କଂଗ୍ରେସ: ୧୬୩୪

UPDATES: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟ ବ୍ଯବଧାନରେ ବିଜୟୀ

UPDATES: ୨୩ତମ ରାଉଣ୍ଡ ତଥା ଶେଷ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୨,୦୬୫ ଭୋଟରେ ଆଗୁଆ ରହି ବଜୟୀ ହୋଇଛନ୍ତି ।

UPDATES: ୨୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୪୦୬୨୬ ଭୋଟରେ ଆଗୁଆ ।

UPDATES: ୨୨ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ।

UPDATES: ୨୧ ରାଉଣ୍ଡ ସୁଦ୍ଧା ପଦମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ବିଜେପି ପ୍ରାର୍ଥୀଙ୍କ ଠାରୁ ୩୮ ହଜାର ୧୨୩ ଖଣ୍ଡ ଭାେଟରେ ଆଗୁଆ।

UPDATES: ୨୦ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୩୫ ହଜାର ୧୬୭ ଭୋଟରେ ଆଗୁଆ

UPDATES: ୧୯ ରାଉଣ୍ଡ ସୁଦ୍ଧା ବିଜେଡି ୩୩ ହଜାର ୪୬୭ ଭୋଟରେ ଆଗୁଆ।

UPDATES: ୧୭ ରାଉଣ୍ଡରେ ୩୦,୦୫୯ ଭୋଟରେ ଆଗରେ ବିଜେଡି।

UPDATES: ୧୬ତମ ରାଉଣ୍ଡର ଶେଷ ସୁଦ୍ଧା ମୋଟ ୨୯,୫୧୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବର୍ଷା ସିଂ ବରିହା ।

UPDATES: ୧୫ତମ ରାଉଣ୍ଡର ଶେଷ ସୁଦ୍ଧା ମୋଟ ୨୭,୫୩୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବର୍ଷା ସିଂ ବରିହା ।

UPDATES: ୧୪ମ ରାଉଣ୍ଡ ସୁଦ୍ଧା ୨୭,୫୩୩ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି।

UPDATES: ୧୩ମ ରାଉଣ୍ଡର ଶେଷ ସୁଦ୍ଧା ୨୪୦୫୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବର୍ଷା ସିଂ ବରିହା ।

UPDATES: ୧୨ ରାଉଣ୍ଡରେ ୨୧,୯୧୯ ଭୋଟରେ ବିଜେଡି ଆଗୁଆ।

UPDATES: ୧୧ ରାଉଣ୍ଡରେ ୨୧,୩୫୧ ଭୋଟ ରେ ବିଜେଡି ଆଗୁଆ ।

UPDATES: ପଦ୍ମପୁର ଉପନିର୍ବାଚନ: ୧୦ମ ରାଉଣ୍ଡରେ ବି ବିଜେଡି ଆଗୁଆ, ୧୯୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ।

UPDATES: ପଦ୍ମପୁର ଉପନିର୍ବାଚନ: ନବମ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାରରୁ ଅଧିକ ଭୋଟ୍ ରେ ଆଗୁଆ ।

UPDATES: ୮ମ ରାଉଣ୍ଡ ସୁଦ୍ଧା ୧୫,୫୪୧ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି।

UPDATES: ସପ୍ତମ ରାଉଣ୍ଡ ସୁଦ୍ଧା ୧୨,୫୪୮ ଭୋଟରେ ବିଜେଡି ଆଗୁଆ ।

UPDATES: ଷଷ୍ଠ ରାଉଣ୍ଡ ସୁଦ୍ଧା ୧୦ହଜାରରୁ ଅଧିକ ଭୋଟ୍ ରେ ବିଜେଡି ଆଗୁଆ ।

UPDATES: ପଞ୍ଚମ ରାଉଣ୍ଡ ସୁଦ୍ଧା ୯ ହଜାରରୁ ଅଧିକ ଭୋଟ୍ ଆଗରେ ବିଜେଡି।

UPDATES: ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ।

UPDATES: ୩ୟ ରାଉଣ୍ଡରେ ବିଜେଡି ଆଗୁଆ।

UPDATES: ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୩,୬୦୭ ଭୋଟରେ ଆଗୁଆ ।

UPDATES: ପଦ୍ମପୁର ଉପନିର୍ବାଚନ ଫଳାଫଳ : ପ୍ରଥମ ରାଉଣ୍ଡରେ ଆଗୁଆ ବିଜେଡି ପ୍ରାର୍ଥୀ । ୧,୭୧୨ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଆଗୁଆ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.