୨ଦିନ ଧରି ଚାଲିଛି ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କ ସଂପତ୍ତି ଆକଳନ, ତଥାପି ସରୁନି ଗଣନା

ସୁନାବେଡ଼ା(କେନ୍ୟୁଜ୍):୨ଦିନ ଧରି ଚାଲିଛି ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କ ସଂପତ୍ତି ଆକଳନ। ସୁନାବେଡ଼ା ପୌର ପରିଷଦର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍‌ସ ଚଢଉ। ଆୟବର୍ହିଭୁତ ସଂପତ୍ତି ଅଭିଯୋଗରେ ଚାଲିଛି ରେଡ। ଏବେ ସୁଦ୍ଧା ଘରୁ ମିଳିଲାଣି ନଗଦ ୨୮ଲକ୍ଷ ୬୧ହଜାର ଟଙ୍କା । ୩୭୦ ଗ୍ରାମର ସୁନା ଅଳଙ୍କାର ସହ ୨୮୯ ଗ୍ରାମର ରୁପା ଅଳଙ୍କାର ଜବତ ହୋଇଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକସଙ୍ଗରେ ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍‌ ହୋଇଛିା ଭୁବନେଶ୍ୱର ପୋଖରିପୁଟରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କର ଏକ ଥ୍ରି BHK ଫ୍ଲାଟ ରହିଛି।

ଯାହାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା। ସେହିପରି ବ୍ରହ୍ମପୁରରେ ଥିବା ତାଙ୍କର ଦୁଇ ମହଲା ବିଲଡିଂର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା । ଭୁବନେଶ୍ୱରରେ ଗୋଟିଏ ପ୍ଲଟ ଓ ବ୍ରହ୍ମପୁର ଏବଂ କୋରାପୁଟରେ ୩ ଟି ଲେଖାଏ ପ୍ଲଟ ରହିଛି । ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ରଙ୍କ ୨୮ ଲକ୍ଷ ୭୫ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ଥିବା ଚଢ଼ାଉରୁ ଜଣାପଡ଼ିଛି । ତାଙ୍କର ୧୨ ଲକ୍ଷ ୮୮ ହଜାର ଟଙ୍କାର ଏକ କାର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.