ସରିଲା ଭୋଟ, ଆସନ୍ତାକାଲି ଗଣତି: ସମଗ୍ର ରାଜ୍ୟର ପୌରାଞ୍ଚଳରେ ୬୫% ମତଦାନ

ଭୁବନେଶ୍ବର(କେନ୍ୟୁଜ୍): ସରିଲା ଭୋଟ । କାଲି ଗଣତି। ଏବେ EVMରେ ସିଲ୍‌ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। କଡା ସୁରକ୍ଷା ମଧ୍ୟରେ ଭୋଟ ବାକ୍ସ ରଖାଯାଇଛି। ରାଜ୍ୟର ୧୦୬ଟି ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ଶାନ୍ତିଶୃଙ୍ଖଳାରେ ପୌର ନିର୍ବାଚନ ପ୍ରିକ୍ରିୟା ସମ୍ପନ୍ନ ହୋଇଛି।

କିଛି ସ୍ଥାନରେ ସାମାନ୍ୟ ଉତ୍ତେଜନା ଘଟିଥିବା ସୂଚନା ମିଳିଥିଲା। ସମଗ୍ର ରାଜ୍ୟର ପୌରାଞ୍ଚଳରେ ସାମଗ୍ରିକ ଭାବରେ ୬୫ ପ୍ରତିଶତ ମତଦାନ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। କଟକ ମହାନଗର ନିଗମରେ ୬୫%, ଭୁବନେଶ୍ୱର ମହାନଗର ନିଗମରେ ୪୩.୩୦ % ଏବଂ ବ୍ରହ୍ମପୁର ମହାନଗର ନିଗମରେ ୪୭ % ମତଦାନ ହୋଇଛି।

Leave A Reply

Your email address will not be published.