Liquor Smuggled: ଦାମୀ କାରରେ ଦେଶୀ ମଦ ଚାଲାଣ, ୭ ମାଫିଆ ଗିରଫ

ଭୁବନେଶ୍ବର: ଦାମୀ କାରରେ ଦେଶୀ ମଦ କାରବାର । ଥାର ଓ ସ୍କର୍ପିଓ ଗାଡ଼ିରେ ଚାଲୁଥିଲା ଚୋରା ବେପାର। ଭୁବନେଶ୍ୱର ଅବକାରୀ ଟିମର ବଡ଼ ଧରଣର ଅପରେସନ। ନାମୀ ଦାମୀ କାର ସହ ବିପୁଳ ଦେଶୀ ମଦ ଜବତ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ମଦ ମାଫିଆ ଗିରଫ। ସ୍ପେଶାଲ ଡ୍ରାଇଭ୍ କରି ଦେଶି ମଦ ମାଫିଆଙ୍କ ନେଟୱର୍କ ଖୁଲାସା କଲା ଭୁବନେଶ୍ୱର ଅବକାରୀ ଟିମ୍। ୪ଟି କାର ସହ ୩ଟି ବାଇକ ଜବତ। ପାର୍ବଣ ପୁର୍ବରୁ ମାଫିଆଙ୍କ ଆଡ୍ଡା ଉପରେ ଚଢାଉ କରି ଜବତ ହେଲା ମଦ। ନଜର ହଟଇବାକୁ ନାମୀ ଦାମୀ କାରରେ ହେଉଥିଲା ଚାଲାଣ। ନମ୍ବରପ୍ଲେଟ ବଦଳାଇ ହେଉଥିଲା ଚୋରା କାରବାର। ବନ୍ଧୁକ ଦେଖାଇ ଧମକଚମକ ଦେଉଥିଲେ ମଦ ମାଫିଆ। ଫିଲ୍ମ ଷ୍ଟାଇଲ ରେ ଅବାକରି ଟିମ୍ ଅପରେସନ କରି ଦେଶୀ ମଦ ପ୍ରସ୍ତୁତ ମେସିନ ସହ ୫୦୦୦ ଲିଟର ମଦ ଜବତ କରିଛି।ବାଲିଅନ୍ତା, ପଟିଆ, ରସୁଲଗଡ଼ ଓ ତମାଣ୍ଡୋ ବିଭିନ୍ନ ଅଞ୍ଚଳରୁ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବାକାରୀ ଟିମ୍।

Also Read: Bike Accident: ବାଇକ୍ ଆଗକୁ ଡେଇଁଲା ମାଙ୍କଡ଼, ଦୁର୍ଘଟଣାରେ ଚାଲିଗଲା ଜୀବନ