ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍, ଲକ୍ଷେ ଟଙ୍କା ଓ ସୁନା ଅଳଙ୍କାର ଧରି ଛୁ ମାରିଲେ ମୁଖା ପିନ୍ଧା ଦୁର୍ବୃତ୍ତ

ପୁରୀ: ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍ ।  ଏକ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ପୁରୀ ଜିଲ୍ଲା ବଳଙ୍ଗା ଥାନା କମଦରୀ ଗାଁରୁ ଲୁଟ୍ ଅଭିଯୋଗ ହୋଇଛି ।  ଟେଣ୍ଟ ମାଲିକ କୁମର ଛାଟୋଇଙ୍କ ଘରେ ପଶି ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ଦମ୍ପତିଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ।  ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଘଟଣା ସ୍ଥଳରେ ବଳଙ୍ଗା ଥାନା ପୋଲିସ ତଦନ୍ତ କରୁଛି ।  ପ୍ରଥମେ ବାରିପଟ କବାଟ ଭାଙ୍ଗି ଦୁର୍ବୁତ୍ତ ମାନେ ଘରେ ପଶିଥିଲେ ।  ପରେ କୁମରଙ୍କ ଶୋଇବା ଘର କବାଟ ଭାଙ୍ଗିଥିଲେ ।

ଆହୁରି ପଢ଼ନ୍ତୁ :  ଜିତୁର ଜୀବନ ନେଇଛନ୍ତି, ରାସ୍ତା ମଝିରେ ତାତିଲେ ଲୋକେ