ଲୁଟ୍ କଲେ ଧରାପଡି ଛେଚା ବି ଖାଇଲେ: ଭିଏସଏସ୍ ନଗର ମାର୍କେଟ ପାଖରେ ଦୁଇ ଲୁଟେରାଙ୍କୁ କାବୁ କଲେ ଦମ୍ପତି

ଭୁବନେଶ୍ୱର(କେନ୍ୟୁଜ୍): ଲୁଟ୍ କଲେ ଧରାପଡି ଛେଚା ବି ଖାଇଲେ। କେତେ ସାହସ ଏଇ ଲୁଟେରାଙ୍କର। ଏମାନଙ୍କ ମନରେ ଟିକେ ବି ଡର କି ଭୟ ନାହିଁ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଭିଏସଏସ୍ ନଗର ଓଭର ବ୍ରିଜ୍ ନିକଟରେ ।

ଗୋଟିଏ ବାଇକ୍ ରେ ଗୋଟିଏ ପରିବାର ଯାଉଥିବା ବେଳେ ହଠାତ୍ ଦୁଇ ଜଣ ଯୁବକ ପଛରୁ ଏକ ବାଇକ୍ ରେ ଆସି ପଛରେ ବସିଥିବା ମହିଳାଙ୍କ ବେକରୁ ଚେନ୍ ବ୍ଯାଗ୍ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଯାହା ଦ୍ଵାରା ମହିଳା ଜଣକ ନିଜ ଚେନ୍ କୁ ଚୋର ମାନଙ୍କ ହାତକୁ ନଯିବାକୁ ଦେଇ ଜୋରରେ ଜାବୁଡ଼ି ଧରିଥିଲେ। ହେଲେ ଉକ୍ତ ଯୁବକ ୨ ଜଣ ମହିଳାଙ୍କୁ ଧକ୍କା ମାରି ତଳେ ପକାଇ ଚେନ୍ ଲୁଟି ନେଇ ପଳାଇ ଯାଇଥିଲେ। ଯାହା ଅନ୍ଯ ଏକ ବାଇକ୍ ଆସୁଥିବା ଦମ୍ପତି ଦେଖିଥିଲେ।

ସେହି ଦମ୍ପତି ସାହସ ଦେଖାଇ ପରିସ୍ଥିତିର ସାମ୍ନା କରି, ଦୁଇ ଲୁଟେରାଙ୍କୁ ପିଛା କରିଥିଲେ। ଶେଷରେ ଭିଏସଏସ୍ ନଗର ବଜାର ନିକଟରେ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ସେଠିକାର ସ୍ଥାନୀୟ ଲୋକେ ଲୁଟେରା ଦୁହିଁଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିବା ପରେ  ପୋଲିସର ଜିମା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.