ଟ୍ରକକୁ ଧକ୍କା ଦେଲା କାର, ଦୁର୍ଘଟଣାରେ ଦମ୍ପତି ମୃତ
ଯାଜପୁର : ଦୁର୍ଘଟଣାରେ ଦମ୍ପତି ମୃତ। ଟ୍ରକ୍ କୁ ଧକ୍କା ଦେଲା କାର । ଯାଜପୁର ୧୬ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ କୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇଜଣ ବାଲେଶ୍ବର ସୋର ଅଞ୍ଚଳର ହେଲେ ବିନୋଦ ଜେନା ଓ ସୁମିତ୍ରା ଜେନା । କଟକରୁ କାର୍ ଯୋଗେ ବାଲେଶ୍ବର ଫେରିଲା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଉଭୟଙ୍କ ଘର ବାଲେଶ୍ୱର ଜିଲା ସୋର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଏକ ସଂଗଠନ ଏବଂ ରାଜପଥ ପାଟ୍ରୋଲିଂ ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯୋଗ୍ୟ ଗତକାଲି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି-(ଖ) ଗାଁ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା । ସକାଳୁ ସ୍ୱାମୀ-ସ୍ତ୍ରୀ ନିକଟରେ ଚାଷ ଜମିକୁ କାମ କରିବାକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଏପରିକି ଚାଷ ପାଇଁ ନେଉଥିବା ବଳଦର ମଧ୍ୟ ମୃତ୍ୟୁ ହୋଇଥିଲା ।