ମୟୂରଭଞ୍ଜ:ବିଶୋଇ ବ୍ଲକ ସାରନା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ୱାମୀ ସ୍ତ୍ରୀ ମୃତ୍ୟୁ, ଜଣେ ଗୁରୁତର

ମୟୂରଭଞ୍ଜ(କେନ୍ୟୁଜ୍): ବିଶୋଇ ବ୍ଲକ ସାରନା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍ୱାମୀ ସ୍ତ୍ରୀ ମୃତ୍ୟୁ, ଜଣେ ଗୁରୁତର । ମୃତକ ହେଲେ ବିଶୋଇ ବ୍ଲକ ଆସନସିକଳ ଗ୍ରାମର ଶୁକ୍ରା ମୁଣ୍ଢା ଓ ସ୍ତ୍ରୀ ସାବିତ୍ରୀ ମୁଣ୍ଢା । ସୂଚନା ଅନୁସାରେ ବିଶୋଇ ପଟରୁ ଯାଉଥିବା ଟ୍ରକ ଓ ରାଇରଙ୍ଗପୁର ପଟରୁ ଆସୁଥିବା ଦୁଇ ଜଣ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଆସୁଥିବା ବାଇକକୁ ଧକ୍କା ହେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀ ସାବିତ୍ରୀ ମୁଣ୍ଡାଙ୍କ ମୃତ୍ୟୁ ହେଇଥିବା ବେଳେ ସ୍ୱାମୀ ଶୁକ୍ରା ମୁଣ୍ଡାଙ୍କୁ ବିଶୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।
ଦୁର୍ଘଟଣାରେ ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ହୋଇଥିଲେ । ତାଙ୍କୁ ବିଶୋଇ ପ୍ରାଥମିକ ଚିକିତ୍ସାଳୟକୁ ୧୦୮ ଯୋଗେ ସ୍ଥାନାନ୍ତରିତ କରାଯାଇଛି । ବିଶୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ସ୍ୱାମୀ ଓ ସ୍ତ୍ରୀ ଙ୍କ ଶବକୁ ଜବତ କରି ବିଶୋଇ ପ୍ରାଥମିକ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ, ବାଇକ ଓ ଟ୍ରକକୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରିରଖିଛି।