ଶଗଡ଼ ଧରି ବିଲରୁ ଧାନ ନେବା ପାଇଁ ବାହାରିଥିଲେ ଚାଷୀ ଦମ୍ପତି, ମାଡିଗଲା ଟ୍ରକ; ଉଭୟ ମୃତ

ଦେବଗଡ଼ (କେନ୍ୟୁଜ) : ଶଗଡ଼ ଉପରେ ମାଡିଗଲା ଟ୍ରକ। ଦୁର୍ଘଟଣାରେ ଦମ୍ପତି ମୃତ। ମାଣ ବସା ଗୁରୁବାରରେ ପୂଜା ସାରି ଶଗଡ଼ ଧରି ବିଲରୁ ଧାନ ନେବା ପାଇଁ ବାହାରିଥିଲେ ଚାଷୀ ଦମ୍ପତି। ହେଲେ ସକାଳୁ ସକାଳୁ ଘଟିଗାଲା ଅଘଟଣ। ଦେବଗଡ଼ ଥାନା ବିନ୍ଦପୁର ଗାଁ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଶଗଡ଼ ଉପରେ ଚଢି ଓଲଟିଗଲା ମାଲବୋଝେଇ ଟ୍ରକ।

ଘଟଣାସ୍ଥଳରେ ଚାଷୀ ଦମ୍ପତିଙ୍କ ସହ ବଳଦର ମୃତ୍ୟୁ ହୋଇଛି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। କ୍ରେନ୍‌ ସାହାଯ୍ୟରେ ଟ୍ରକକୁ ଉଠାଇ ତଳେ ଚାପି ହୋଇ ରହିଥିବା ଦମ୍ପତି ଓ ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ଦେବଗଡ଼ ପୋଲିସ।