ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟି ନେଲେ ସୁନା ଗହଣା ଓ ନଗଦ ଟଙ୍କା

ଭଦ୍ରକ/ଚାନ୍ଦବାଲି (କେନ୍ୟୁଜ୍): ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା। ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁରରେ। ଘରେ ଶୋଇଥିବା ବେଳେ ତାଲା ଭାଙ୍ଗି ଘରେ ପଶିଥିଲେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ। ଦମ୍ପତିଙ୍କୁ ଆକ୍ରମଣ କରିବା ସହ ବୃଦ୍ଧା ମାଆଙ୍କୁ ବି ଛାଡିନଥିଲେ । ଛୋଟ ପିଲାକୁ ଖଟ ତଳେ ଲୁଚାଇ ଦେଇଥିଲେ ଏହି ଦମ୍ପତି ।

ଭୁଜାଲୀ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଚେନ, ମଙ୍ଗଳସୂତ୍ର, କାନଫୁଲ ସମେତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କ କଥା ଶୁଣି ଛତ୍ରଭଙ୍ଗ ଦେଇ ବିଲ ବାଟେ ପଳେଇ ଯାଇଥିଲେ। ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସାହାପୁର ବଜାର ନିକଟସ୍ଥ ଘରେ ରହିଥିବା ସ୍ୱାମୀ ସ୍ତ୍ରୀ ପ୍ରତି ଏପରି ଆକ୍ରମଣ କରାଯାଇଛି। ଏଥିରେ ଶ୍ରୀକାନ୍ତ ମହାନ୍ତୀ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୁରୁତର ଆହତ ହୋଇଛନ୍ତି। ୨ଟି ମୋବାଇଲ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ପୀରହାଟ ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.