ରାଜ୍ୟ

ସ୍ପିଡ୍ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବା ଉଦ୍ୟମ ମାରିଲା ଫେଲ୍ , ଥାନାର ଦ୍ବାରସ୍ଥ ହେଲେ ଦମ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ): ସାଇବର କ୍ରାଇମର ନୂଆ ଫର୍ମୁଲା । ସ୍ପିଡ଼ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବାକୁ କରୁଛନ୍ତି ଯୋଜନା । ଏଭଳି ଏକ ଠକେଇରୁ ଅଳ୍ପକେ ବର୍ତ୍ତିଗଲେ ଦମ୍ପତି। ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଦିପକ ମିଶ୍ର ଏକ ନିର୍ଦ୍ଦିଷ୍ଟ ଅନଲାଇନ ଆପରେ ସମସ୍ତ ଜିନିଷ ଅର୍ଡର କରନ୍ତି। ଗତକାଲି ସ୍ପିଡ଼ ପୋଷ୍ଟରେ ଏକ ଅର୍ଡର ଆସିଥିଲା । ଖୋଲିବା ପରେ ଯେଉଁ ଆପ୍‌ରୁ ଜିନିଷ ଅର୍ଡର କରନ୍ତି ସମ୍ପୃକ୍ତ ଆପ୍ ଲୋଗୋ ଥାଇ ୧୧ ଲକ୍ଷ ଟଙ୍କାର ଲକି କୁପନ୍ ବାହାରିଥିଲା । ସେଥିରେ ଥିବା ଚିଠିରେ ମଧ୍ୟ ପୁରସ୍କାର ଜିତିଥିବା ଲେଖା ହୋଇଥିଲା । ଏଥିପାଇଁ ନିଜର ଆକାଉଣ୍ଟ ନମ୍ବରକୁ ଦିଆଯାଇଥିବା ନମ୍ବରରେ ମେସେଜ କରିବାକୁ କୁହାଯାଇଥିଲା । ଆଉ ଏଥିପାଇଁ ଅଗ୍ରୀମ କିଛି ଟଙ୍କା ଡିପୋଜିଟ୍ କରିବାକୁ କୁହାଯାଇଥିଲା । ହେଲେ ଏହା ସାଇବର ଠକଙ୍କ ଚାଲ୍ ଆଉ ଠକେଇ ତରିକା ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଉଭୟ ଦମ୍ପତି ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago