ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାର ନିଆରା ପଦକ୍ଷେପ, ରକ୍ତଦାନ କଲେ ଦମ୍ପତି

ଜଗତସିଂହପୁର (କେନ୍ୟୁଜ) : ବିବାହ ବାର୍ଷିକୀରେ ଅନ୍ୟକୁ ନୂଆ ଜୀବନ ଦେବାକୁ ପ୍ରୟାସ କରିଛନ୍ତି ଜଣେ ଦମ୍ପତି। ରକ୍ତ ଦାନ ଭଳି ମହତ ଦାନ କରି ଅଞ୍ଚଳ ପାଇଁ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଆପଣ ଦେଖିଥିବେ ଯେ ଲୋକେ ନିଜର ବିବାହ ବାର୍ଷିକକୁ ସ୍ମରଣୀୟ ରଖିବା ନିମନ୍ତେ ବିଭିନ୍ନ ଢଙ୍ଗରେ ତଥା ବହୁ ଆଡମ୍ବରରେ ହୋଟେଲ ପାର୍ଟି ଆଦିରେ ସେଲିବ୍ରେସନ କରି ଟଙ୍କା କରନ୍ତି। କିନ୍ତୁ ନିଜର ପ୍ରଥମ ବିବାହ ବାର୍ଷିକରେ ରକ୍ତଦାନ ଭଳି ମହାନ କାର୍ଯ୍ୟ ମାଧ୍ୟମରେ ନିଜର ବିବାହ ବାର୍ଷିକ ପାଳନ କରି ଜଗତସିଂହପୁର ଜିଲ୍ଲା ତଥା ରାଜ୍ୟରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଏହି ଦମ୍ପତି।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଗରାମ ପଞ୍ଚାୟତର ଜଣେ ଉଦିୟମାନ ଯୁବ ଇଞ୍ଜିନିୟର/ଇଭେଣ୍ଟ ଅର୍ଗାନାଇଜର/ଯୁବ ହୋଟେଲ ବ୍ୟବସାୟୀ ତଥା କ୍ରାନ୍ତି ସ୍ବେଚ୍ଛାସେବୀ ସଙ୍ଗଠନର ସମ୍ପାଦକ ଇଂ.ରଶ୍ମିରଜନ ଦାସ ଏବଂ ତାଙ୍କର ଧର୍ମପତ୍ନୀ ତଥା ବିଶିଷ୍ଠ କଣ୍ଠଶିଳ୍ପୀ ସାଗରିକା ବିଶ୍ୱାଳ(ବର୍ଷା) ନିଜର ପ୍ରଥମ ବିବାହ ବାର୍ଷିକକୁ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ମାଧ୍ୟମରେ ନିରାଡ଼ମ୍ବର ଭାବେ ପାଳନ କରି ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଏକ ବିରଳ ଉଦାହରଣ ପାଲଟିଛନ୍ତି।
ତେବେ ଏହାପୂର୍ବରୁ ରଶ୍ମିରଜନ ୩୨ଥର ସ୍ବେଚ୍ଛାକୃତ ରକ୍ତଦାନ କରିଥିବାବେଳେ ଆଜି ତାଙ୍କର ପ୍ରଥମ ବିବାହ ବାର୍ଷିକକୁ ସ୍ମରଣୀୟ କରିବା ଉଦ୍ଧେଶ୍ୟରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ ମାଧ୍ୟମରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଓ ଆଜିକୁ ମିଶାଇ ୩୩ ଥର ସେ ରକ୍ତଦାନ କରିଛନ୍ତି।

ରଶ୍ମିରଞ୍ଜନ ନିଜର ବଡ଼ଭାଇ ତଥା ଯୁବ ସମାଜସେବୀ ତଥା ୪୭ଥର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜିଲ୍ଲାରେ ରେକର୍ଡ଼ ସୃଷ୍ଟି କରିଥିବା ଆଲୋକ ରଞ୍ଜନ ଦାସ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି ମହତ କାର୍ଯ୍ୟରେ ବ୍ରତୀ ରହିଥିବା ପ୍ରକାଶ କରିଛନ୍ତି। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟି ମ୍ୟାନେଜର ତଥା ଭାଷା ଭାବନାର ପ୍ରତିଷ୍ଠାତା କବି ଓ କଥାକାର ସୁକାନ୍ତ କୁମାର ପ୍ରଧାନ, ବିଶିଷ୍ଠ ସମାଜସେବୀ ଶିବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.