ଅଟୋ ସହ ସ୍କୁଟି ଧକ୍କା, ଦମ୍ପତି ମୃତ, ଅଳ୍ପକେ ବର୍ତ୍ତିଗଲା ୩ ବର୍ଷର କୁନି ଝିଅ

 ଗଞ୍ଜାମ: ଅଟୋ ସହ ସ୍କୁଟି ଧକ୍କା ।  ଦମ୍ପତି ମୃତ, ଅଳ୍ପକେ ବର୍ତ୍ତିଗଲା ୩ ବର୍ଷର କୁନି ଝିଅ ।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଗ୍ରାମ ହରିଜନ ସାହି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।  ଅଟୋ ସହ ସ୍କୁଟି ଧକ୍କା ହୋଇଛି ।  ଏହି ଦୁର୍ଘଟଣାରେ  ଶାଳବଣ ଗାଁର କାହ୍ନୁ ବାରିକ ଓ ତାଙ୍କ ପତ୍ନୀ ସ୍ବପ୍ନାଙ୍କର ମୃତ୍ୟୁ ହୋଇଛି ।

ସୋଭାଗ୍ୟ ବଶତଃ ତାଙ୍କ ୩ ବର୍ଷର ଝିଅ ବର୍ତ୍ତି ଯାଇଛି ।  କୁନି ଝିଅଟି ସାମାନ୍ୟ ଆହତ ହୋଇଛି ।  କାହ୍ନୁ ନିଜ ପତ୍ନୀ ଓ ଝିଅକୁ ଧରି ସ୍କୁଟିରେ ଗାଁକୁ ଯାଉଥିବା ବେଳେ ବୁଢ଼ାମ୍ବ ହରିଜନ ସାହି ନିକରେ ଏକ ଅଟୋ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣା ସ୍ଥଳରେ ହିଁ ସ୍ବପ୍ନାଙ୍କର ମୃତ୍ୟୁ ହୋଇଥିଲା । କାହ୍ନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାରକରି ମେଡିକାଲକୁ ନେଇଥିଲେ ।  ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

Also read: ସ୍କୁଟି ଧକ୍କାରେ ସାଇକେଲ ଆରୋହୀ ମୃତ, ସ୍କୁଟି ଚାଳକ ଗୁରୁତର