ରାଜ୍ୟ

ସାବଧାନ ! ଯଦି ଭୁବନେଶ୍ୱରରେ ଦୋକାନ ଅଛି, ତାହେଲେ ଏମାନେ ବି ଯାଇପାରନ୍ତି ଆପଣଙ୍କ ଦୋକାନ

ଭୁବନେଶ୍ୱର (କେନ୍ୟୁଜ) : ଗୋଟିଏ ଦିନରେ ତିନିଟି ଦୋକାନ…ଏବେ ରାଜଧାନୀରେ ମାତିଛନ୍ତି ବଣ୍ଟି ବବଲି ଯୋଡି…ଗ୍ରାହକ ବେଶରେ ଆସୁଛନ୍ତି କ୍ୟାସ ବାକ୍ସରୁ ଟଙ୍କା ନେଇ ଚାଲି ଯାଉଛନ୍ତି…ଯଦି ଆପଣଙ୍କର ଭୁବନେଶ୍ୱରରେ ଦୋକାନ ଅଛି, ତାହେଲେ ଏବେ ଆଖି କାନ ଖୋଲା ରଖିଥାନ୍ତୁ । କାହିଁକିନା ଏମାନେ ବି ଯାଇପାରନ୍ତି ଆପଣଙ୍କ ଦୋକାନ । ଚିହ୍ନି ରଖିଥାନ୍ତୁ ଏହି ସ୍ୱାମୀ ସ୍ତ୍ରୀଙ୍କୁ । କେତେବେଳେ ଆଉ କେଉଁ ମୁହୂର୍ତ୍ତରେ ଆପଣଙ୍କ ଦୋକାନରେ ବି ପାଶିପାରନ୍ତି । ଆଉ ଗ୍ରାହକ ବେଶରେ ଆସି କ୍ୟାସ କାଉଣ୍ଟରରୁ ଟଙ୍କା ନେଇ ଯାଇପାରନ୍ତି । ତେଣୁ ରୁହନ୍ତୁ ସାବଧାନ…

ଭୁବନେଶ୍ୱରରେ ମାତିଛନ୍ତି ଗ୍ରାହକ ବେଶରେ ଦମ୍ପତି ଲୁଟେରା। ଗୋଟିଏ ଦିନରେ ତିନି ତିନିଟି ଦୋକାନ ପଶିଲେ ଏହି ଚୋର ଚୋରଣୀ ସ୍ୱାମୀ ସ୍ତ୍ରୀ । ଦିନକ ପୂର୍ବରୁ ଲୁଇସ୍ ରୋଡର ରେବା ଗାର୍ମେଣ୍ଟରୁ ୧୦, ୯୦୦ଟଙ୍କା ଲୁଟ କରିଥିଲେ। ଆଉ ଏହି ଘଟଣା ପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ କଳାରାହାଙ୍ଗ ଫେଶନ ଇନଷ୍ଟା ନାମକ ଶୋ ରୁମକୁ ଯାଇ କ୍ୟାସ କାଉଣ୍ଟରରୁ ଟଙ୍କା ନେବା ଉଦ୍ୟମ କରିଥିଲେ। ହେଲେ ଦୋକାନ କର୍ମଚାରୀ ଆସିବାରୁ ସଫଳ ହୋଇ ପାରିନଥିଲେ।

ଦେଖନ୍ତୁ କିଭଳି ସେହି ସମାନ ଡ୍ରେସ୍, ସମାନ ଢ଼ଙ୍ଗ ଆଉ ସମାନ ତରିକା । ଆଜି ପୂରା ଦୋକାନ ଖୋଳ କରିବେ ବୋଧହୁଏ ଘରୁ ଭାବିକି ଆସିଛନ୍ତି । ସେଥିପାଇଁ ତ ବୁଲି ବୁଲି ମାର୍କେଟ ଘାଣ୍ଟୁଛନ୍ତି ଏହି ଚୋର ଦମ୍ପତି । ହଁ ଦର୍ଶକବନ୍ଧୁ ବୁଲି ବୁଲି ଭୁବନେଶ୍ୱରର ସବୁ ଦୋକାନ ଚୋରି କରୁଛନ୍ତି ବଣ୍ଟି ବବ୍ଲି ଦମ୍ପତି।

ଲୁଇସ୍‌ ରୋଡ ରେବା ଗାରମେଣ୍ଟସରୁ ଚୋରି କରିବା ପରେ ପଶିଥିଲେ ଆଉ ଏକ ଗାରମେଣ୍ଟସରେ । ଦେଖୁନାହାଁନ୍ତି କେମିତି ଏକଦମ୍‌ ବଡବାବୁ ଭଳି ଫୋନରେ ଗପି ଗପି ଆସୁଛନ୍ତି ପୁରୁଷ ଜଣଙ୍କ । ତାପରେ ସ୍ତ୍ରୀ ପଶୁଛି ଭିତରକୁ ଆଉ କିଛି ଜିନିଷ ଦେଖାଇବାକୁ କହୁଛି । ଆଉ ସମାନ ପ୍ଲାନ୍‌ ମୁତାବକ ସ୍ୱାମୀ ଜଣଙ୍କ ବସୁଛନ୍ତି ଯାଇ ଠିକ କ୍ୟାସ୍‌ କାଉଣ୍ଟର ପାଖରେ । କିନ୍ତୁ ଏଠି ଆଉ ସଫଳ ହେଲାନି ପ୍ଲାନ୍‌ । କାହିଁକିନା ଦୋକାନର ମାଲିକ ଠିକ ସମୟରେ ଦୋକାନ ଭିତରକୁ ପଶିଆସିଲେ ଯାହାକୁ ଦେଖି ଦମ୍ପତି ବୁଝିଗଲେ ଯେ ନା ଏଠି ଆଉ ହବନି । ସେଥିପାଇଁ କେତେ ବାହାନା କରୁଛନ୍ତି ଦେଖନ୍ତୁ ଆଉ ଶୁଣନ୍ତୁ ତାଙ୍କ କଥା ।

ସେଠି ପ୍ଲାନ୍‌ ଭଣ୍ଡୁର ହେବା ପରେ ଚୋର ଚୋରଣି ଦମ୍ପତି ପଶିଲେ ଏକ ସାଇକେଲ ମାର୍ଟରେ । ଏଥର ଆଉ ପୁରୁଷ ନୁହେଁ ମହିଳା ବସିଲେ କ୍ୟାସ କାଉଣ୍ଟର ପାଖରେ । ଆଉ ପୁରୁଷ ଜଣଙ୍କ ଅନ୍ୟ ଜଣେ ଅଲଗା ଗ୍ରାହକ ସାଜି ଦୋକାନିଙ୍କୁ ନିଜ କଥା ଆଳରେ ବ୍ୟସ୍ତ ରଖିଲା । ଆଉ ଏପଟେ କାଉଣ୍ଟରରୁ ମହିଳା କ୍ୟାସ କାଢ଼ିନେଲେ । କ୍ୟାସ୍‌ ନେବା ପରେ ଗୋଟେ ସେକେଣ୍ଡରେ ଉଠିକି ପଳାଉଛନ୍ତି ମହିଳା ଜଣଙ୍କ । ଗୋଟିଏ ଦିନରେ ତିନୋଟି ଲୁଟ ଉଦ୍ୟମ। ଦୁଇଟିରେ ସଫଳ ହୋଇଛନ୍ତି। ଗୋଟିଏରେ ଟଙ୍କା ନେଇ ପାରିନାହାନ୍ତି। ତେବେ ଏହି ଘଟଣା ନେଇ ସସିଟିଭି ଫୁଟେଜ ଥିଲେ ମଧ୍ୟ ପୋଲିସ ଲୁଟେରା ଦମ୍ପତିଙ୍କ ଟେର ପାଉନାହିଁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago