ମୃତ ପୁଅକୁ ଛାତିରେ ଜାବୁଡି ସହର ସାରା ବୁଲିଲେ ବାପା ମାଆ, ଆଉ ତାପରେ…

ବରଗଡ : ପୁଅକୁ ଛାତିରେ ଜାବୁଡି ଧରି ଚାଲି ଚାଲି ଯାଉଛି ବାପା । ମାଆ ପଛେ ପଛେ ଚାଲିଛନ୍ତି । ପୁଅ ଦେହରେ ଜୀବନ ନାହିଁ ହେଲେ ପୁଅକୁ ଜାବୁଡି ଧରି ଚାଲିଛନ୍ତି ବାପା ମାଆ । ହଁ ଆଜ୍ଞା ମୃତ ପୁଅର ଶରୀରକୁ ଧରି ସହର ସାରା ବୁଲିଲେ ବାପା ମାଆ । କାହିଁକିନା ଏମାନଙ୍କୁ ମିଳିଲାନି ଆମ୍ବୁଲାନ୍ସ ଗାଡି । ସରକାରୀ ଯୋଜନାରେ ଅନ୍ୟ ଜିଲ୍ଳାକୁ ମହାପ୍ରୟାଣ ଗାଡିରେ ମୃତଦେହ ଯାଇ ପାରିବନି କହି ମନା କରିଦେଲା ଆମ୍ବୁଲାନ୍ସ ଚାଳକ । ଯାହାପରେ ପୁଅର ମୃତ ଶରୀରକୁ କାଖରେ ଧରି ବାପା ମାଆ ଦୁଇ ଜଣ ଘୂରି ବୁଲିଥିଲେ ।
ଇଏ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଢେକନାଗୁଡା ଗ୍ରାମର ଅରକ୍ଷିତ ଗୋପାଳ ଏବଂ ତାଙ୍କ ପତ୍ନୀ ଙ୍କ ସହ ୪ ବର୍ଷ ର ମୃତ ପୁଅ କୁ ଧରି ବରଗଡ଼ ସହର ସ୍ଥିତ ସରକାରୀ ବସଷ୍ଟାଣ୍ଡ ରୁ ଟେକ୍ସିଷ୍ଟାଣ୍ତ ରାସ୍ତା ପଟକୁ ଚାଲି ଚାଲି ଯାଉଥିବାର ହୃଦୟ ବିତାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ବାମୀ ଏବଂ ସ୍ତ୍ରୀ ଙ୍କୁ ପଚାରିବା କୁହଭରା କଣ୍ଠ ରେ କହିଥିଲେ ୪ ବର୍ଷ ର ପୁଅ ଜଳନ୍ଧର ଙ୍କୁ ଚିକିତ୍ସା ପାଇଁ ବଡ ଡାକ୍ତରଖାନା ବୁର୍ଲା କୁ ନେଇଥିଲେ । ଗରିବ ଶ୍ରେଣୀର ପରିବାର ପୁଅର ଚିକିତ୍ସା ପାଇଁ ବାଧକ ସାଜିଥିଲା ଅର୍ଥ । ଚିକିତ୍ସାଧିନ ଅବସ୍ଥାରେ ପୁଅ ର ମୃତ୍ୟୁ ହେବା ପରେ ମୃତ ଦେହ ନିଜ ଗ୍ରାମ କୁ ନେବା ପାଇଁ ଅସମର୍ଥ ହେବା ପରେ ସରକାରୀ ଯୋଜନାରେ ଅନ୍ୟ ଜିଲ୍ଲା କୁ ମହାପ୍ରୟାଣ ଗାଡିରେ ମୃତଦେହ ନେବାର ବ୍ୟବସ୍ଥା ନାହଁ ବୋଲି ରୋକ୍ ଠୋକ୍ ମନା କରିବାରୁ ସ୍ବାମୀ ସ୍ତ୍ରୀ ବୁର୍ଲାରୁ ଏକ ବସ ଯୋଗେ ବରଗଡ଼ ସହରରେ ପହଞ୍ଚି ନିଜ ଗାଁକୁ ଯିବା ପାଇଁ ଘୂରି ବୁଲିଥିଲେ ।
ବାପା ମାଆଙ୍କୁ ଏମିତି ୪ ବର୍ଷର ମୃତଦେହକୁ ଧରି ଘୂରି ବୁଲୁଥିବା ଦେଖି ବରଗଡ଼ ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ପରିବାର ମାନବିକତାର ପରିଚୟ ଦେଇ ପ୍ରଥମେ ବରଗଡ଼ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କହିବା ସହ ଜିଲ୍ଲା ପ୍ରଶାସନର ସହଯୋଗ ସଂକଳ୍ପ ପରିବାର କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଢେକନାଗୁଡା ଗାଁକୁ ପତି ପତ୍ନୀଙ୍କ ସହ ୪ ବର୍ଷର ମୃତ ଶିଶୁପୁତ୍ରଙ୍କୁ ପଠାଯାଇଥିଲା ।
ଗତ କିଛି ବର୍ଷ ତଳେ ସାରା ରାଜ୍ୟ ଓ ଦେଶରେ ଦାନ ମାଝୀଙ୍କ କାହାଣୀ ଖବରର ଶିରୋନାମ ପାଲଟିଥିବା ବେଳେ ଏହି ଘଟଣା ତାଠାରୁ ବି କମ ନୁହେଁ । ତେବେ ଦର୍ଶକବନ୍ଧୁ ଆପଣ କୁହନ୍ତୁ, ସରକାର ତ ଆମ୍ବୁଲାନ୍ସ ରୋଗୀ ସେବା ପାଇଁ ଯୋଗାଇ ଦେଇଛନ୍ତି ନା । ତାହେଲେ ପୁଣି ଏମିତି କେଉଁ ନିୟମ ରହିଛି ଯେଉଁଠି ମହାପ୍ରୟାଣ ଗାଡି ଅନ୍ୟ ଜିଲ୍ଲାକୁ ମୃତଦେହ ନେବନି । ନିଶ୍ଚିତ ଭାବେ ଏହା ଉପରେ ତଦନ୍ତ ହେବା ଉଚିତ । ନଚେତ ଏମିତି ଗରିବ ଅସହାୟ ଲୋକ ହଇରାଣ ହେଉଥିବେ । ପୁଅକୁ ହରାଇବାର କଷ୍ଟ ଭିତରେ ଗାଡି ନପାଇ ରାସ୍ତାରେ ଘୂରି ବୁଲିବା ସତରେ ଭାରି କଷ୍ଟଦାୟକ ।