ବାଇକ୍‌ରେ ଯାଉଥିବା ବେଳେ ଦମ୍ପତିଙ୍କ ଉପରେ ଓଲଟି ପଡ଼ିଲା କ୍ରୋମାଇଟ୍‌ ଡମ୍ପର, ଗୁରୁତର ଭାବେ ଉଦ୍ଧାର ହେଲେ ସ୍ୱାମୀ ଓ ସ୍ତ୍ରୀ

ଯାଜପୁର ରୋଡ(କେନ୍ୟୁଜ୍): ଆଇରନ୍‌ କ୍ରୋମାଇଟ୍‌ ତଳୁ ଉଦ୍ଧାର ହେଲେ ଦମ୍ପତ୍ତି । ସ୍ୱାମୀ ଓ ସ୍ତ୍ରୀ ଯାଜପୁର କଳିଙ୍ଗନଗର ପଙ୍କପାଳ ବଙ୍ଗଳା ଛକ ନିକଟରୁ ବାଇକ୍‌ରେ ଯାଉଥିଲେ । ଏହି ସମୟରେ ଦମ୍ପତ୍ତିଙ୍କ ଉପରେ ଏକ ଆଇରନ୍‌ ବୋଝେଇ କ୍ରୋମାଇଟ୍‌ ଡମ୍ପର ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି କ୍ରୋମାଇଟ୍‌ ଭିତରୁ ଦମ୍ପତ୍ତିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଦମ୍ପତ୍ତିଙ୍କ ଘର ତାଳଜଙ୍ଗା ଗାଁର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.