ଟ୍ରକ୍ ଧକ୍କାରେ ଦମ୍ପତି ଗୁରୁତର, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

କାମାକ୍ଷାନଗର: ଟ୍ରକ୍ ଧକ୍କାରେ ଦମ୍ପତି ଗୁରୁତର । କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥ ବଡ଼ବିଲା ସାହି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରା ଦେଖି ଫେରୁଥିବା ବେଳେ ଧକ୍କା ଦେଇଥିଲା ଟ୍ରକ । ଗୁରୁତର ଅବସ୍ଥାରେ ବୀରପାତ୍ର ଓ କୁନ୍ତଳା ପାତ୍ରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଗତକାଲି ନିକଟସ୍ଥ ଆଳତୁମା ଗାଁ ରୁ ଯାତ୍ରା ଦେଖି ବଡମିଲା ଫେରୁଥିବା ବେଳେ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ କୌଣସି ବ୍ୟବସ୍ଥା କରାଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜାତୀୟ ରାଜପଥ ଉପରେ ହମ୍ପସ ନିର୍ମାଣ, ଆଲୋକୀକରଣ ଓ ଗୁରୁତର ଦମ୍ପତିଙ୍କୁ କ୍ଷତିପୂରଣ ଦାବିରେ ବଡ଼ବିଲା ସାହ ର ଶତାଧିକ ମହିଳା ଓ ପୁରୁଷ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଛି । କାମାକ୍ଷାନଗରରୁ ତାଳଚେର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଛି l
ଆହୁରି ପଢ଼ନ୍ତୁ : ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ