ରୋଷେଇ କଲା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ଦମ୍ପତି ଗୁରୁତର

ଗୋଟିଏ ଭଡ଼ା ଘରେ ପରିବାର ସହିତ ରହୁଥିଲେ। ତେବେ ସକାଳେ ପତ୍ନୀ ଅନିତା ଲାକ୍ରା ରୋଷେଇ କରୁଥିବା ବେଳେ ହଠାତ ଦେହରେ ନିଆଁ ଲଗାଇ ଯାଇଥିବାରୁ ସେ ଚିତ୍କାର କରିଥିଲେ।

ବଣାଇ(କେନ୍ୟୁଜ): ବଣାଇ ଥାନା ଅନ୍ତର୍ଗତ ପାତାଳ ଚେମ୍ବର କଲୋନିରେ ଅଘଟଣ ଘଟିଛି । ଘରେ ରୋଷେଇ କରୁଥିବା ବେଳେ ଦେହରେ ନିଆଁ ଲାଗି ଦମ୍ପତି ଗୁରୁତର ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ସ୍ବାମୀ ଜଣକ ପାତାଳଚେମ୍ବରରେ OMC ଖଣ୍ଡାଧାରରେ କାର୍ଯ୍ୟରତ ଥିଲେ ।   ଗୋଟିଏ ଭଡ଼ା ଘରେ ପରିବାର ସହିତ ରହୁଥିଲେ। ତେବେ ସକାଳେ ପତ୍ନୀ ଅନିତା ଲାକ୍ରା ରୋଷେଇ କରୁଥିବା ବେଳେ ହଠାତ ଦେହରେ ନିଆଁ ଲଗାଇ ଯାଇଥିବାରୁ ସେ ଚିତ୍କାର କରିଥିଲେ। ତେବେ ସ୍ବାମୀ ଶିବାଜୀ ରାମ ଶୋଇଥିବା ବେଳେ ତାଙ୍କର ଧର୍ମପତ୍ନୀଙ୍କ ଚିତ୍କାର ଶୁଣି ଉଠି ଯାଇ ଦେଖିବା ବେଳକୁ ତାଙ୍କର ପତ୍ନୀଙ୍କ ଦେହରେ ନିଆଁ ଲାଗି ଯାଇଥିବାରୁ ସେ ତାଙ୍କ ଉଦ୍ଧାର କରୁଥିବା ବେଳେ ସ୍ବାମୀଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେ ମଧ୍ୟ ଗୁରୁତର ହୋଇପଡିଥିଲେ।

ତେବେ ପରିବାର ଲୋକେ ନିଆଁକୁ ଦେଖି ଲିଭାଇ ଉଭୟଙ୍କୁ ଉଦ୍ଧାର କରିଥିଲେ।  ପରେ ଉଭୟଙ୍କୁ ବଣାଇଁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।  ସ୍ତ୍ରୀର ପ୍ରାୟ ୮୦ ପ୍ରତିଶତ ଭାଗ ଦେହ ପଡିଯାଇଛି ଓ ସ୍ୱାମୀ ପ୍ରାୟ 40 ପ୍ରତିଶତ ଭାଗ ପୋଡି ଯାଇଛି ।  ସେଠାରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।