ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରା ମାଡ଼, ଆକ୍ରମଣକାରୀକୁ ଛେଚିଲେ ପରିବାର ଲୋକେ

ଭୁବନେଶ୍ୱର : ସହିଦନଗର ଥାନା ଅନ୍ତର୍ଗତ ସାଇନ୍ସ ପାର୍କ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଶା ଗ୍ରସ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କୁ ଯୁବକ କଲେ ଛୁରା ମାଡ଼ l ଛୁରା ମାଡ଼ କରିଥିବା ଯୁବକଙ୍କୁ ପଥରେ ଛେଚିଲେ ଆକ୍ରମଣର ଶିକାର ହୋଇଥିବା ପରିବାର ଲୋକେ l ପଥର ଛେଚାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହେଲେ ଆକ୍ରମଣ କରିଥିବା ଯୁବକ l ପୋଲିସ ଘଟଣା ସ୍ଥଳରୁ ଦମ୍ପତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି l