ରାଜନୀତି ରଣାଙ୍ଗନରେ ମାହାଙ୍ଗାର ଏହି ଦମ୍ପତି, ସ୍ତ୍ରୀ ଜିଲ୍ଲା ପାରିଷଦ ସ୍ବାମୀ ସମିତସଭ୍ୟ ପ୍ରାର୍ଥୀ ଭାବେ କରୁଛନ୍ତି ଭାଗ୍ୟ ପରୀକ୍ଷା

ମାହାଙ୍ଗା(କେନ୍ୟୁଜ୍): ସବୁ ଆଡେ ଏବେ ପଞ୍ଚାୟତ ରାଜନୀତି ସରଗରମ । ନିଜ ନିଜ ସମର୍ଥକମାନଙ୍କୁ ନେଇ କଟକଣା ଭିତରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ୨୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଭାବେ ବିଜୟ ଲକ୍ଷ୍ମୀ ବେହେରା ଓ ତାଙ୍କ ସ୍ଵାମୀ କୈଳାସ ବେହେରା କଟିକଟା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ  ହୋଇଛନ୍ତି ନିର୍ବାଚନ ପ୍ରଚାରରେ ।

mahanga 1

କଟକଣା ଭିତରେ ନିଜ ସମର୍ଥକ ମାନଙ୍କୁ ନେଇ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ଏପରିକି ଦୋକାନ ବଜାର କରିଥିବା ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିବା ସହ ଆଶୀର୍ବାଦ ନେଇଛନ୍ତି। ତେବେ ୨୬ ନମ୍ବର ଜୋନର ୭ ଗୋଟି ପଞ୍ଚାୟତର ସମସ୍ତ ଭୋଟରଙ୍କୁ ରାଜଲକ୍ଷ୍ମୀ ବେହେରା ତାଙ୍କ ସମର୍ଥକଙ୍କ ସହ ଭୋଟ ଭିକ୍ଷା କରିବା ସହ କଟିକଟା ପଞ୍ଚାୟତର ସ୍ବାମୀ କୈଳାସ ସମିତି ସଭ୍ୟ ପ୍ରାର୍ଥୀଙ୍କ ସହ ମିଶି ଭୋଟ ଭିକ୍ଷା କରିଛନ୍ତି । ସକାଳୁ ନିଜର ଘର କାମ ସାରି ଦୁହେଁ ପତି ପତ୍ନୀ ବାହାରି ପଡ଼ିଛନ୍ତି ଭୋଟ ଭିକ୍ଷା କରିବାକୁ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.