ଡାକ୍ତରଙ୍କୁ ଗରମ ଚା’ ମାଡ କରି ଆତଙ୍କ ଖେଳାଇଲେ ଦମ୍ପତି: ଅଟକ ରଖିଲା ପୋଲିସ୍‌

ପୁରୀ(କେନ୍ୟୁଜ୍): ଡାକ୍ତରଙ୍କୁ ଗରମ ଚା’ ମାଡ କରି ଆତଙ୍କ ଖେଳାଇଥିବା ଦମ୍ପତିଙ୍କୁ ଅଟକ ରଖିଛି ପୋଲିସ୍‌ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଥିଲା। ଦମ୍ପତି ହେଉଛନ୍ତି କୁମ୍ଭାରପଡ଼ା ଥାନା ସଂଗ୍ରାମ କ୍ଲବ ଲେନ୍‌ର ଅନନ୍ତ ପ୍ରସାଦ ମହାନ୍ତି ଓ ମାନସୀ ପଣ୍ଡା । ଜଣେ ଯୁବକଙ୍କୁ ଚିକିତ୍ସା କରିବା ପାଇଁ ଦମ୍ପତି ପୁରୀ ହସ୍ପିଟାଲକୁ ଆଣିଥିଲେ।

ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ପରାମର୍ଶ ଦିଆଯାଇଥିଲା। ରୋଗୀଙ୍କ ଭିଡ଼ ଥିବାବେଳେ ଦମ୍ପତି ବାରମ୍ବାର ଆସି ଔଷଧ ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଅଯଥା ଯୁକ୍ତି କରିବାରୁ ଉଭୟଙ୍କୁ ବାହାରି ଯିବାକୁ କୁହାଯାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦମ୍ପତି ସେଠାରେ ଥିବା ଗରମ ଚା ମାଡ କରି ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା। । ଘଟଣା ନେଇ ଡାକ୍ତର ଅମିତ୍‌ ପଣ୍ଡା କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.