ନିମାପଡ଼ା : ସଂଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ, ଫେରିଥିଲେ ସୁରତ୍‌ରୁ

ଗୋପ: ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଶଗଡା ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଥିବା ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଶଗଡା ଗ୍ରାମର ସୌରଭ ଦାସ ଗତ ବର୍ଷ ଡେରାଙ୍ଗ ଘୋରଡିଆ ଗ୍ରାମର ପିଙ୍କି ଦାସଙ୍କୁ ଭଲପାଇ ସୁରତ ନେଇ ପଳାଇଥିଲେ । ହେଲେ କରୋନା ଲକ୍ ଡାଉନ୍ ସମୟରେ ସେଠାରୁ ସେମାନେ ଫେରି ଓଡିଶା ଚାଲି ଆସିଥିଲେ ଏବଂ ଗାଁକୁ ଯିବାପରେ ସେମାନଙ୍କୁ ପଞ୍ଚାୟତର କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା ।

mrg୧୪ ଦିନ ରହିବା ପରେ ସେମାନଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିବାପରେ ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଦୁଇ ଜଣ ଶିକ୍ଷକ ବର ପିତା ଏବଂ କନ୍ଯା ପିତା ସାଜି ସ୍ଥାନୀୟ କଲ୍ଯାଣ ମଣ୍ଡପରେ ଉଭୟଙ୍କର ବିବାହ କରାଇଛନ୍ତି । ଏହି ବବାହ ଉତ୍ସବରେ ଆଶାକର୍ମୀ,ଅଙ୍ଗନବାଡି କର୍ମୀଙ୍କ ସହିତ ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିବା ସହ ସାମାଜିକ ଦୂରତା ଅବଲମ୍ବନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.