ନିଲମ୍ବିତ ଆଇଆଇସିଙ୍କ ହେବ ପଲିଗ୍ରାଫ ଟେଷ୍ଟ, ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଦୀନକୃଷ୍ଣ

ଭୁବନେଶ୍ୱର : ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ପାଇଁ ମିଳିଳା କୋର୍ଟଙ୍କ ଅନୁମତି । କ୍ରାଇମବ୍ରାଞ୍ଚକୁ ଅନୁମତି ଦେଲେ SDJM କୋର୍ଟ । ଏଥିଲାଗି ଦୀନକୃଷ୍ଣ ମିଶ୍ର ସହମତି ପ୍ରକାଶ କରିଥିବା ଜଣା ପଡିଛି ।

ଆଜି ଭୁବନଶ୍ୱର ଏସଡିଜେମ କୋର୍ଟରେ ହାଜର ହୋଇଥିଲେ ଦୀନକୃଷ୍ଣ ମିଶ୍ର । କ୍ରାଇମ ବ୍ରାଞ୍ଚ ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା । ତଦନ୍ତରେ ସହଯୋଗ କରିବାକୁ ପଲିଗ୍ରାଫ ଟେଷ୍ଟ ପାଇଁ ରାଜି ହୋଇଛନ୍ତି ଦୀନକୃଷ୍ଣ ମିଶ୍ର । ଗୁଜରାଟ ଫରେନସିକ୍ ଲାବୋରାଟୋରୀରେ ହେବ ପଲିଗ୍ରାଫ୍, ନାର୍କୋ ଏବଂ ବ୍ରେନ୍ ମ୍ୟାପିଂ ଟେଷ୍ଟ ।

You might also like