ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ: କଟକ ଜେଏମଏଫସି କୋର୍ଟ ଶୁଣାଇଲେ ରାୟ

କଟକ : ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ । ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଘରୋଇ ହିଂସା ଅଭିଯୋଗ ମାମଲାରେ କୋର୍ଟଙ୍କ ରାୟ ଆସିଛି । ବର୍ଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନାହିଁ ଅନୁଭବ । ଅଭିଯୋଗ ସମ୍ପର୍କିତ ପ୍ରମାଣ ଦେଇପାରିଲେ ନାହିଁ ବର୍ଷା । ଏନେଇ ରାୟ ଶୁଣାଇଲେ ଜେଏମଏଫସି କୋର୍ଟ ।

୨୦୨୨ ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଶାଶୁଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି ଜେଏମ୍‌ଏଫ୍‌ସି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଛି, ତେଣୁ କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି ଦେବା ସହିତ ଭରଣପୋଷଣ ଲାଗି ଦାବି କରିଥିଲେ ବର୍ଷା । ଯାହାର ରାୟ ଆଜି ପ୍ରକାଶ କରିବା ସହିତ ବର୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ଅନ୍ୟପଟେ ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଥିବାବେଳେ, ଅନୁଭବ ମଧ୍ୟ ଦ୍ବିତୀୟ ବିବାହ କରିସାରିଛନ୍ତି । ହେଲେ ୨୦୨୦ ମସିହାରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଏକ ମାମଲା କଟକ ଜେଏମଏଫ୍‌ସି କୋର୍ଟରେ ରୁଜୁ କରାଇଥିଲେ । ଏଥିରେ ସେ ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ ।

ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି । ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି । ତେଣୁ ବର୍ଷାଙ୍କୁ ଭରଣପୋଷଣ ପାଇଁ ଅନୁଭବ ‌କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

 

ଆହୁରି ପଢ଼ନ୍ତୁ :  ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ଜେଲ, ୨୦୧୭ ଦୁଷ୍କର୍ମ ମାମଲା