ରାଜଧାନୀରେ କୋଭାକ୍‌ସିନ୍‌ ଅଭାବ: ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ

ଭୁବନେଶ୍ବର: ରାଜଧାନୀରେ କୋଭାକ୍‌ସିନ୍‌ ଅଭାବ। ଟିକା ନଥିବାରୁ ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି। ଏବେ କେବଳ ଦ୍ୱିତୀୟ ଡୋଜ୍‌ ଟିକାକରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏବେ ଯେତିକି କୋଭାକ୍‌ସିନ୍‌ ଅଛି ସେଥିରେ ପ୍ରଥମ ଡୋଜ୍‌ ଦେଲେ ବହୁ ଲୋକଙ୍କ ଦ୍ୱିତୀୟ ଡୋଜ୍‌ ନେବାର ଅବଧି ଶେଷ ହୋଇଯିବ।

ତେଣୁ ବିଏମ୍‌ସି ପକ୍ଷରୁ ଆଜିଠାରୁ ପ୍ରଥମ ଡୋଜ୍‌ ଟିକାକରଣ ବନ୍ଦ କରାଯାଇଛି। ଏବେ ୪ କେନ୍ଦ୍ରରେ ଦିନକୁ ୪୦୦ ଟିକା ଦିଆଯିବ। ରାଜ୍ୟରେ ୧୮ରୁ ୪୪ ବର୍ଗର ଦୈନିକ ପ୍ରାୟ ୨୦ହଜାର ଲୋକଙ୍କ ଟିକାକରଣ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଏହି ବର୍ଗର ୭ଲକ୍ଷ ୪୨ହଜାର ୫୫୨ଜଣଙ୍କୁ ଏ ପର୍ଯ୍ୟନ୍ତ ଟିକା ଦିଆସରିଲାଣି। ତେବେ ୪୫ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ଟିକାର ଅଭାବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.