ରାଜ୍ଯରେ ଆଉ ୮୮୬ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୬ ଜୀବନ

ଭୁବନେଶ୍ୱର(କେନ୍ଯୁଜ୍): ରାଜ୍ଯରେ ଆଉ ୮୮୬ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୬ ଜୀବନ । ବହୁତ ଦିନ ପରେ କରୋନା ଆକ୍ରାନ୍ତ ମାମଲାରେ ଦ୍ଵିତୀୟ ସ୍ଥାନକୁ ଖସିଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୧୬୯ ଜଣ ଥିବାବେଳେ ସଙ୍ଗରୋଧରୁ ୫୧୬ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୧୭୯ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୬୬, କଟକରୁ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଗଲା ୧୬ ଆକ୍ରାନ୍ତଙ୍କ ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.