ରାଜ୍ୟରେ ପୁଣି ୧୧ ହଜାର ୬୦୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୪ ହଜାର ୩୪୭ ନୂଆ କେସ୍‌

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ପୁଣି ୧୧ ହଜାର ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୧୧ ହଜାର ୬୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୬.୭୦ ପ୍ରତିିଶତ । ଆଜି ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଖୋର୍ଦ୍ଧାରୁ ୪ ହଜାର ୩୪୭ ନୂଆ କେସ୍‌ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୩୭.୪୫ ପ୍ରତିଶତ ।

ସୁନ୍ଦରଗଡରୁ ୧୨ ଶହ ୧୯, କଟକରୁ ୮ ଶହ ୯୮ ଓ ସମ୍ବଲପୁରରୁ ୩ ଶହ ୯୦ ଓ ବାଲେଶ୍ୱରରୁ ୩୦୫ ନୂଆ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୬୯ ହଜାର ୫୦୨ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୮୪ ହଜାର ୭୭୦ । ରାଜ୍ୟରେ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୯ ଶହ ୯୧ ଜଣ । ଆକ୍ଟିଭ୍‌ କେସ୍‌ ରେଡ ଜୋନରେ ରହିଛି ୫ ଜିଲ୍ଲା ।

Leave A Reply

Your email address will not be published.