ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ ୩୯ଜଣ

ଭୁବନେଶ୍ୱର(କେନ୍ଯୁଜ୍): ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୨ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୮୩ ଜଣ ୦ରୁ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ, ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି ।

ସେହିପରି ସୁନ୍ଦରଗଡରୁ ସର୍ବାଧିକ ୩୯ଜଣ, ଖୋର୍ଦ୍ଧାରୁ ୩୨, ସମ୍ବଲପୁରରୁ ୨୪, ରାୟଗଡ଼ାରୁ ୧୪, ମୟୁରଭଞ୍ଜରୁ ୧୪, କେନ୍ଦ୍ରାପଡ଼ାରୁ ୧୬, ଯାଜପୁରରୁ ୨୦ , ଗଜପତିରୁ ୨୯, କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯ରେ ପହଂଚିଥିବାବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୭୦ ହଜାର ୨୨୧ ଜଣ।

Leave A Reply

Your email address will not be published.