ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୨୯୧ ପଜିଟିଭ୍ ଚିହ୍ନଟ, ୫ମୃତ
![covid](https://knewsodisha.com/wp-content/uploads/2022/01/covid-14.jpg)
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲଗାତର ୧୦ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୨୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୧.୭୬ ପ୍ରତିଶତ । ଆଜି ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୭୦୫ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୪୬ ଓ କଟକରୁ ୫୬୧ ନୂଆ କେସ୍ ଆସିଛି। ୨୪ ଘଣ୍ଟାରେ ୬୧ ହଜାର ୯୬୯ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍ କେସ୍ ରହିଛି ୮୧ ହଜାର ୭୬୫ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୧୧ ହଜାର ୯୫୧ କୁ ବୃଦ୍ଧି ପାଇଛି ।