ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍‌ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କରୋନାର ଲମ୍ବା ଲମ୍ଫ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ ।

ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୨.୬୨ ପ୍ରତିଶତ । ସୁନ୍ଦରଗଡ଼ରୁ ୨୬୨ ଓ କଟକରୁ ୧୪୮ ଏବଂ ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦ ନୂଆ କେସ୍‌ ରହିଛି । ୦ରୁ ୧୮ବର୍ଷ ମଧ୍ୟରେ ୨୫୮ ଆକ୍ରାନ୍ତ ରହିଛନ୍ତି । ଆକ୍ଟିଭ୍‌ କେସ୍‌ ରହିଛି ୫ ହଜାର ୭୩୯ । ୨୪ ଘଣ୍ଟାରେ ୭୨ ହଜାର ୩୭୦ ଟେଷ୍ଟିଂ ହୋଇଛି । ଗତକାଲି ରାଜ୍ୟରେ ୬୮ ହଜାର ୮୭୮ ଟେଷ୍ଟିଂ ହୋଇଥିଲା । ୧ହଜାର ୨୧୬ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ମୋଟ ପଜିଟିଭିଟି ରେଟ୍‌ ଥିଲା ୧.୭୬ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.