ଭୁବନେଶ୍ୱର (କେ ନ୍ୟୁଜ୍) : ରୋଗୀ ନୁହେଁ, ରୋଗକୁ ଘୃଣା କର । କରୋନାକୁ ନେଇ ଗୁଜବ ପ୍ରଚାର କର ନାହିଁ । ଏଭଳି କିଛି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହା ହେଉଛି ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ବାର୍ତ୍ତା । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ ଉତ୍କଳ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ପ୍ରତି ଶୁଭେଚ୍ଛା ବାର୍ତ୍ତା ପାଠ କରିବା ପରେ ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଥିଲେ । ସେ ବିଶେଷ ଭାବେ ଗତକାଲି ଚିହ୍ନଟ ହୋଇଥିବା ଚତୁର୍ଥ ପଜେଟିଭ୍ ବ୍ୟକ୍ତିଙ୍କ ବିଷୟରେ କହିଥିଲେ । ଭଦ୍ରକର ଏହି ୨୯ ବର୍ଷ ବୟସ୍କ ଯୁବକ ଜଣକ ମାର୍ଚ୍ଚ ୧୮ ତାରିଖରେ ଦୁବାଇରୁ ବିମାନ ଯୋଗେ କୋଲକାତା ଆସିଥିଲେ । ବିମାନବନ୍ଦରରୁ ସେ ଏକ ଟ୍ୟାକ୍ସିରେ ଆସିବା ପରେ ଇଷ୍ଟକୋଷ୍ଟ ଟ୍ରେନ୍ରେ ଆସି ଭଦ୍ରକ ଷ୍ଟେସନ୍ରେ ଓହ୍ଲାଇଥିଲେ । ଏହା ପରେ ଷ୍ଟେସନ୍ରୁ ଘରକୁ ଆସି ଅଲଗା ରହିଥିଲେ । ତାଙ୍କୁ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି ।
ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…
ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…
ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…